Latest Odisha News

ପରଲୋକରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର୍ ବୈଦ୍ୟନାଥ ମିଶ୍ର

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କର ବୁଧବାର ସକାଳେ ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ସହିଦନଗର ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ନିକଟରେ ତାଙ୍କର ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।

ତାଙ୍କର ମୃତ୍ୟୁରେ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି ।

ଓଡ଼ିଶାର ସାମାଜିକ ବିକାଶରେ ସ୍ୱର୍ଗତଃ ବୈଦ୍ୟନାଥ ମିଶ୍ରଙ୍କ ଅବଦାନ ଅତୁଳନୀୟ । ସେ ୧୯୪୯ ମସିହାରେ ରେଭେନ୍ସା ୟୁନିଭରସିଟିରେ ଜଣେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ । ପରେ ସେ ଓୟୁଏଟିରେ ଯୋଗଦାନ କଲେ । ସେ ୧୯୮୧ ରୁ ୧୯୮୫ ମହିହା ପର୍ଯ୍ୟନ୍ତ ଓୟୁଏଟିର କୁଳପତି ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି । ପ୍ରଫେସର ମିଶ୍ର ୧୯୮୫ ରୁ ୧୯୯୦ ମସିହା ଯାଏଁ ରାଜ୍ୟ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ।

ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.