Latest Odisha News

BREAKING NEWS

ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ୧୧୦ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୨ଜଣଙ୍କ ମଧ୍ୟରେ  କରୋପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । କରୋପୁଟରେ ସେ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟବକ୍ତି ଜଣକ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୨ ବର୍ଷ । ସେ ପଶ୍ଚିମବଙ୍ଗ ଫେରନ୍ତା । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଂଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସକାଳୁ ବାଲେଶ୍ୱରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଆଜି ଗୋଟିଏ ଦିନରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.