ମୟୂରଭଞ୍ଜ: ଗୋ-ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ ପୋଲିସ କର୍ମଚାରୀ ନିଲମ୍ବିତ। ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କୁ ପୋଲିସ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ । ହୋମଗାର୍ଡ ସୁବ୍ରତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।
ସୂଚନା ଅନୁଯାୟୀ, ଗୋ ମାଫିଆଙ୍କୁ ସାବାଡ କରିବାକୁ ପୂର୍ବାଞ୍ଚଳ ପୁଲିସ ପକ୍ଷରୁ ତିନି ଜିଲ୍ଲାରେ ଆରମ୍ଭ ହୋଇଥିଲା ଅପରେସନ ହ୍ବାଇଟ ହର୍ଷ। ୧୩ ଜୁନ ସକାଳୁ ପୁଲିସ ଚଢ଼ାଉ କରିଥିଲା ଗୋ ମାଫିଆଙ୍କ ଘରେ। ଏହି ଅଭିମୁଖେ ମୟୂରଭଞ୍ଜ ଝାରପୋଖରିଆ ଥାନା ଅନ୍ତର୍ଗତ ଗୋ ତସ୍କରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଉତ୍ତମ ଦଣ୍ଡପାଟଙ୍କ ଘରେ ଚଢ଼ାଉ ହୋଇଥିଲା ବିଶାଳକାୟ କୋଠା ଏକାଧିକ ମୁଲ୍ୟବାନ କାର ସହ ନଗଦ ଟଙ୍କା ସୁନା ଗହଣା ଜବତ ହୋଇଥିଲା। ପୋଲିସର ସ୍ଵତନ୍ତ୍ର ଟିମ୍ ଏହି ଚଢାଉ ରେ ସାମିଲ ହୋଇଥିଲେ। ପୋଲିସ ପକ୍ଷରୁ ଖବର ପାଇ ଚଢ଼ାଉ ପୂର୍ବରୁ ବେଡିଙ୍ଗ ଧରି ଘରୁ ପଳାଇଥିଲା ଉତ୍ତମ ଦଣ୍ଡପାଟ।
ଏହି ଘଟଣା ସମ୍ପର୍କରେ ଝାରପୋଖରିଆ ଥାନାର ଆଇଆଇସି ଅବଗତ ହେବା ପରେ ମାମଲାର ତଦନ୍ତ ହୋଇଥିଲା। ତଦନ୍ତରେ ପ୍ରାଥମିକ ଭାବେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବା ପରେ ମୟୁରଭଞ୍ଜ ଏସ୍ପି ସମ୍ପୃକ୍ତ ଏଏସ୍ଆଇ ଓ କନେଷ୍ଟବଳଙ୍କୁ ନିଲମ୍ବନ କରିଥିବାବେଳେ ଜଣେ ହୋମଗାର୍ଡଙ୍କ ବହିଷ୍କାର ପାଇଁ ସୁପାରିସ କରିଛନ୍ତି।