Latest Odisha News

BREAKING NEWS

ଥାନା ହାଜତରେ ଯୁବକଙ୍କୁ ମାଡ ମାରି ୨ ପୋଲିସ ଅଫିସର ନିଲମ୍ବିତ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ ଓଡିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ପୋଲିସ ଉଠାଇ ଆଣିଥିଲା । ପରବର୍ତ୍ତି ସମୟରେ ଥାନା ହାଜତରେ ତାଙ୍କୁ ନିସ୍ତୁକ ପିଟିଥିଲେ ।

ତେବେ ଲିଙ୍ଗରାଜ ଦାସଙ୍କ କହିବାନୁଯାୟୀ ସେହି ଗାଁର ମହିଳା ସରପଞ୍ଚଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଥାନାରେ ଅଟକ ରଖିଥିଲା । ସେ ନିର୍ଦ୍ଦୋଶ ଥିବା ସତ୍ୱେ ମଧ୍ୟ ପୋଲିସ ତାଙ୍କୁ ମାଡ ମାରିଥିଲା ବୋଲି ଲିଙ୍ଗରାଜ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ପିଡିତ ଜଣଙ୍କ ପୁଣି ଅଭିଯୋଗ କରି କହିଛନ୍ତି – ଥାନାରେ ଦୁଇଜଣ ପୋଲିସ ଅଫିସର ମୋତେ ମାଡପିଟ କରିବା ସହ ଦଳିତ ମହିଳା ସରପଞ୍ଚଙ୍କୁ ଅସଦାଚରଣ କରିବା ନେଇ ଏକ ମିଥ୍ୟା ଅଭିଯୋଗରେ ମୋ ନାମରେ କେସ ରୁଜୁ କରିବାକୁ ଧମକ ମଧ୍ୟ ଦେଇଥିଲେ ।

ତେବେ ନିଲମ୍ବିତ ୨ଜଣ ପୋଲିସ ଅଫିସର ହେଉଛନ୍ତି ଏସଆଇ ରବୀନ୍ଦ୍ର ସେନାପତି ଓ ଅନ୍ୟଜଣେ କନଷ୍ଟେବଳ ଶିବ ଜାନି ହୋଇଥିବା ବେଳେ ଏହି ଦୁଇ ଜଣଙ୍କୁ ଜଗତସିଂହପୁର ଏସପି ନିଲମ୍ବନ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.