Latest Odisha News

BREAKING NEWS

କୋଣାର୍କ ମନ୍ଦିରକୁ ନେଇ ଅଭିଜିତ ଆୟାର ମିତ୍ରଙ୍କ ଅପମାନ ଜନକ ମନ୍ତବ୍ୟ, ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର: ଆଜି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଅଭିଜିତ ଆୟାର ମିତ୍ର ନାମକ ଜଣେ ସାମ୍ବାଦିକ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ଅପମାନ ଜନକ ମନ୍ତବ୍ୟ ଦେଇଥିବାରୁ ବିଧାନସଭାରେ ଏହାକୁ ନେଇ ଶାସକ ବିଜେଡ଼ି ସଦସ୍ୟମାନେ ଏହାର ଦୃଢ ପ୍ରତିବାଦ କରିଥିଲେ ।

 

ମଙ୍ଗଳବାର ସକାଳ ୧୦:୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡ଼ି ସଦସ୍ୟମାନେ ସାମ୍ବାଦିକ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଦେଇଥିବା ଅପମାନଜନକ ମନ୍ତବ୍ୟ କୁ ନେଇ ଗୃହରେ ପ୍ରବଳ ପ୍ରତିବାଦ କରିବାକୁ ଲାଗିଥିଲେ ।

 

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଅପଲୋଡ଼ କରିଥିବା ଏବଂ ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦରେ ବିଜେଡ଼ି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ ।

ବିଜେଡ଼ି ସଦସ୍ୟମାନେ ପରେ ବିଧାନସଭା ପରିସରରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବସିରହି ଧାରଣା ଦେଇଥିବାର ଦେଖାଯାଇଥିଲା ।

ସୂଚନାଯୋଗ୍ୟ ସାମ୍ବାଦିକ ମିତ୍ର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟରରେ କୋଣାର୍କ ଯାଇ ଏହି ଭିଡ଼ିଓଟି ଉତ୍ତୋଳନ କରିଥିଲେ, ପରେ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଏହାକୁ ସେ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଦେଇଥିଲେ ।

“ନମସ୍କାର ଭାଇ ଓ ଭଉଣୀମାନେ । ମୁଁ ଏବେ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଅଛି । ମୁଁ ମାତ୍ର ଏହି କଥା କହିବାକୁ ଚାହୁଁଛି କି ଏହା ଏକ ମନ୍ଦିର ନୁହେଁ । ଏହା ଏକ ହମ୍ପଲ୍ । ଏହି ଲୋକ ଖାଲି ହମ୍ପ୍ (ହମ୍ପ୍ କରିବା ଅର୍ଥ ସେକ୍ସ )କରୁଛନ୍ତି । ଆପଣ ଦେଖନ୍ତୁ ଏହି ସବୁ ମୂର୍ତ୍ତିିଗୁଡ଼ିକୁ । ଏଠାରେ ଦେଖନ୍ତୁ ମହିଳା, ପୁରୁଷ ଓ ଜୀବଜନ୍ତୁ କିପରି ସେକ୍ସ କରୁଛନ୍ତି । ଏହା କ’ଣ ଏକ ପବିତ୍ର ସ୍ଥାନ ହୋଇପାରେ? ଏହାସବୁ ଆମ ହିନ୍ଦୁ ସମାଜକୁ ବଦନାମ କରିବାକୁ କରାଯାଇଛି । ଏହା ମୁସଲମାନମାନଙ୍କ ଷଡ଼ଯନ୍ତ୍ର ଏବଂ ଆମକୁ ନିଚ୍ଚ ସ୍ଥାନରେ ରଖିବାକୁ ଅପଚେଷ୍ଟା । ମୁଁ କେବଳ ଏତିକି କହିବାକୁ ଚାହୁଁଛି, ଜୟ ଶ୍ରୀରାମ । ଆମ ନୂଆ ରାମ ମନ୍ଦିରରେ ଏଭଳି ଅଶ୍ଳୀଳ ମୂର୍ତ୍ତି ତିଆରି ହେବ ନାହିଁ ।

ଏହାଛଡ଼ା, ଏହି ସାମ୍ବାଦିକ ଜଣକ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଦ୍ୱାରା ଉଡ଼ି ବିଭିନ୍ନ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.