Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ସୋମବାର ଦିନ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

BjdElectrycity

ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ବାନ୍ଦିପୋରାର ଲାବଦୁର ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବାର ଗୁପ୍ତସୂତ୍ରରୁ ଭାରତୀୟ ସେନାକୁ ଖବର ମିଳିଥିଲା । ଖବର ପାଇ ଭାରତୀୟ ଯାବନ ମାନେ ଲୁଚି ରହିଥିବା ଆତଙ୍କାବାଦୀଙ୍କୁ ଚାରିପାଖରୁ ଘେରିଯାଇଥିଲେ ।

ଗତକାଲି ଠାରୁ ଉଭୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଲାଗି ରହିଥିଲା । ତେବେ ରବିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଜି ସକାଳ ସମୟରେ ଆଉ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟପଟେ ଭାରତୀୟ ସେନା ଘଟଣାସ୍ଥଳରୁ ବିପୁଳ ପରିମାଣ ଗୁଳି, ବାରୁଦ, ବନ୍ଧୁକ ଜବତ କରିଛି ।

Leave A Reply

Your email address will not be published.