Latest Odisha News

BREAKING NEWS

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ବାର୍ସିଲୋନାର ଉତ୍ତରରେ ଥିବା ମୋୟା ବିମାନବନ୍ଦର ନିକଟରେ ଥିବା ଏକ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀମାନେ ପୋଡି ଯାଇଥିବା ବିମାନ ପାଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଉଭୟ ବିମାନ ଧକ୍କା ହେବା ପରେ ମଝି ଆକାଶରେ ଜଳି ଉଠିଥିଲା। ଏହା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକାରୀଙ୍କ କହିବାନୁସାରେ, ନିଆଁ ଲିଭାଇବା ପରେ ଅଗ୍ନିଶମ କର୍ମଚାରୀ ବିମାନ ଭିତରେ ଦୁଇଟି ମୃତଦେହ ପାଇଥିଲେ, ଯାହା ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଘଣ୍ଟା ଘଣ୍ଟା ଧରି ଉଦ୍ୟମ କରିବା ପରେ ଅଗ୍ନିଶମ କର୍ମଚାରୀମାନେ ଦ୍ୱିତୀୟ ଦୁର୍ଘଟଣାଗ୍ରସ୍ତ ବିମାନ ପାଇଥିଲେ, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା।

ଅଧିକାରୀମାନେ କହିଛନ୍ତି, ଉଭୟ ବିମାନ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନି। ତେବେ ତାଙ୍କ ପରିଚୟ ସମ୍ପର୍କରେ ତଦନ୍ତ ଚାଲିଛି। ଏହା ସହିତ ପୋଲିସ ଏବଂ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.