Latest Odisha News

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଦୁଇ ଜୀବନ

ଅନୁଗୁଳ : ଥମୁନି ହାତୀ ଉପଦ୍ରବ । ଅନୁଗୁଳ ବନ୍ତଳା ଅଞ୍ଚଳରେ ମାତିଛନ୍ତି ହାତୀ । ନେଉଛି ଗୋଟିକ ପରେ ଗୋଟିଏ ଜୀବନ । ପୁଣି ଦନ୍ତା ଆକ୍ରମଣରେ ବଡ଼କନ୍ତକୁଳ ଗାଁର ଦୁଇଜଣ ପ୍ରାଣ ହରାଇଛନ୍ତି  । ମୃତକ ଦୁଇ ଜଣ ହେଉଛନ୍ତି ମୁନି ପ୍ରଧାନ ଓ ଗୌରୀ ରାଉଳ ।

ସୂଚନା ଅନୁଯାୟୀ, ବଡ଼କନ୍ତକୁଳ ଗ୍ରାମର ଦୁଇଜଣ ମହିଳା ଆଜି ଭୋରୁ ଆମ୍ବ ଗୋଟାଇବା ପାଇଁ ଗାଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ । ତେବେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ଆସି ମୁନି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରି ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏନେଇ ଗୌରୀ ରାଉଳଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି ।

 

Leave A Reply

Your email address will not be published.