Latest Odisha News

ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ବାଲିକୁଦା ଥାନା ଚଅଁରପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଗଲା ଦୁଇବର୍ଷର ଶିଶୁ । ଚାଲିଗଲା ଜୀବନ ।

ସୂଚନା ଅନୁଯାୟୀ, ଚଅଁରପୁର ଗାଁରେ ରବିନ୍ଦ୍ର ଦାସଙ୍କ ପୁଅ ଆଜି ସକାଳେ ପୋଖରୀ କୂଳରେ ଖେଳୁଥିଲେ । ଏହି ସମୟରେ ଅସାବଧାନତା କାରଣରୁ ପୋଖରୀରେ ସେ ଖସି ପଡ଼ିଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Comments are closed.