Latest Odisha News

BREAKING NEWS

ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ ଘଟଣା, ୨୦ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପଦ୍ମପୁର: ଝାଞ୍ଜ ପାହାଡ଼ରେ ନିଖୋଜ ୨ ଯୁବକ ଉଦ୍ଧାର। ୨୦ ଘଣ୍ଟା ଧରି ଖୋଜିବା ପରେ ୨ ଯୁବକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଗତକାଲି କୁଠିଖୋଲ ଯାଉଥିବା ବେଳେ ରାସ୍ତା ଭୁଲି ନିଖୋଜ ହୋଇଥିଲେ। ଉଭୟ ଯୁବକ ଛତିଶଗଡ଼ ସୀମାନ୍ତ ବନୁଭଟା ଗାଁରୁ ଉଦ୍ଧାର ହୋଇଛନ୍ତି।

ଗତକାଲି ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରୁ ୨ ଯୁବକ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ନିଖୋଜ ହୋଇଯାଇଥିଲେ। କନସିଂହା ଗାଁର ୯ ଜଣ ଯୁବକ ମଙ୍ଗଳବାର ବରିହାପାଲି ପଞ୍ଚାୟତ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ କୁଠିଖୋଳକୁ ଯାଇଥିଲେ । ପରେ ସେମାନେ ପାହାଡ ଉପରକୁ ଚଢ଼ିଥିଲେ । କିଛି ସମୟ ପରେ ଦଳର ଦୁଇ ଜଣ ସଦସ୍ୟ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ ଏବଂ ସେମାନଙ୍କର କୌଣସି ପତ୍ତା ମିଳୁନଥିଲା ।

ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେବା ଖୋଜାଖୋଜି ଜୋରଦାର ହୋଇଥିଲା । ନିଖୋଜ ଯୁବକମାନଙ୍କୁ ଶୀଘ୍ର ଠାବ କରିବା ପାଇଁ ପରିବାର ସଦସ୍ୟମାନେ ପ୍ରଶାସନ ଓ ବନ ବିଭାଗ ନିକଟରେ ନିବେଦନ କରିଥିଲେ । ଦୀର୍ଘ ୨୦ ଘଣ୍ଟା ପରେ ବନ ବିଭାଗର କର୍ମଚାରୀ, ସ୍ଥାନୀୟ ଲୋକ ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହାୟତାରେ ନିଖୋଜ ଯୁବକମାନଙ୍କୁ ଠାବ କରାଗଲା। ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.