Latest Odisha News

BREAKING NEWS

ଚାନ୍ଦିପୁରରେ ଏୟାର-ଟୁ-ଏୟାରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଡିଆରଡିଓ ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରର ମଧ୍ୟବର୍ତ୍ତୀ ଟିଟ୍ ରେଞ୍ଜରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରପୁଲସନ୍ ଟେକ୍ନୋଲୋଜିରେ ବିକଶିତ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତାର ସହ କରିଛି।

ରିପୋର୍ଟ ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ପରୀକ୍ଷା କରାଯାଇଥିଲା। ଯାହାର ଲକ୍ଷ୍ୟ ଭେଦ କ୍ଷମତା ୧୨୦ କିମି ରହିଛି।

ଟେଷ୍ଟ କରିବା ପରେ ଜଣେ DRDO ଅଧିକାରୀ କହିଛନ୍ତି ଯେ ଏହି ପରୀକ୍ଷା ସମୟରେ ଡକ୍ଟେଡ୍‌ ରାମଜେଟ୍‌ ବ୍ୟତୀତ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରମାଣିତ ହୋଇଥିଲା। ଏହି ଟେକ୍ନୋଲୋଜିକୁ Solid Fuel Ducted Ramjet (SFDR) କୁହାଯାଏ।

ଗ୍ରାଉଣ୍ଡ ବୁଷ୍ଟର୍ ମୋଟର ସମେତ ସମସ୍ତ ସବ୍ ସିଷ୍ଟମ୍ ପରୀକ୍ଷା ଅଗ୍ନି ସମୟରେ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା।

Leave A Reply

Your email address will not be published.