Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାର: ଖୋଲିଲା ୨୦ଟି ଗେଟ୍, ହିରାକୁଦ ପଟରୁ ୧୫ ଓ ବୁର୍ଲା ପଟରୁ ୫ଟି ଗେଟରୁ ଜଳ ନିଷ୍କାସିତ

ସମ୍ବଲପୁର : ଏପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରୁ ସମୁଦାୟ ୨୦ଟି ଗେଟ୍ରୁ ଜଳ ନିଷ୍କାସିତ ହେଉଛି । ଗତକାଲି ପ୍ରଥମଥର ଲାଗି ଜଳଭଣ୍ଡାରରେ ଥିବା ବନ୍ୟା ଜଳ ନିଷ୍କାସିତ ହୋଇଥିଲା ।

“ଲଘୁଚାପର ସମ୍ଭାବନା ଏବଂ ପୂର୍ଣ୍ଣିମା ଥିବା ସକାଶେ ହୀରାକୁଦର ଅନ୍ୟ ୫ଟି ଗେଟ୍ ଖୋଲିବାକୁ ଆମେ ନିଷ୍ପତି ନେଇଥିଲୁ,” ବୋଲି କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ନନ୍ଦ ।

ବୁଧବାର ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୧୬.୩୧ ଫୁଟ ରହିଥିଲା । ଜଳଭଣ୍ଡାରରେ ପ୍ରତି ସେକେଣ୍ଡକୁ ୧ଲକ୍ଷ ୧୧ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୨୧ହଜାର ୩୫୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଜଳଭଣ୍ଡାରର ହିରାକୁଦ ପଟରୁ ୧୫ଟି ଏବଂ ବୁର୍ଲ୍ଲା ପଟରୁ ୫ଟି ଏହିପରି ୨୦ଟି ଗେଟ୍ ଜଳ ନିଷ୍କାସନ ଲାଗି ଖୋଲାଯାଇଛି ।

Leave A Reply

Your email address will not be published.