Latest Odisha News

BREAKING NEWS

୨୦୦ କେଜିର କେକ୍ ପ୍ୟାଲେସ୍ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କଲେ ମହିଳା

ପୁଣେ: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେବେ ନିକଟରେ ଏହି ସୁନ୍ଦର ପ୍ୟାଲେସକୁ କେକ୍‌ରେ ଡ଼ିଜାଇନ୍ ଦେଇ ପୁଣେର ଜଣେ ମହିଳା ଏବେ ବିଶ୍ୱ ରେକର୍ଡ଼ କରିଛନ୍ତି ।

ପୁଣେରେ ରୁହନ୍ତି ୩୭ ବର୍ଷୀୟା ପ୍ରାଚୀ ଧବଲ ଦେବ । ସେ ଜଣେ କେକ୍ ଆର୍ଟିଷ୍ଟ ବେଶ୍ ପରିଚିତ । ତାଙ୍କର ଭିନ୍ନ ଭିନ୍ନ ଡ଼ିଜାଇନର କେକ୍‌କୁ ଲୋକେ ଖୁବ୍ ପସନ୍ଦ କରିବା ସହିତ ପ୍ରଶଂସା ବି କରନ୍ତି । ନିକଟରେ ସେ ଏକ ସୁନ୍ଦର ପ୍ୟାଲେସ୍‌ର ଡ଼ିଜାଇନ୍‌କୁ କେକ୍‌ରେ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଲମ୍ବ ୧୦ ଫୁଟ ୧ ଇଞ୍ଚ ଥିବାବେଳେ ଉଚ୍ଚତା ୪ ଫୁଟ ୭ ଇଞ୍ଚ ଏବଂ ମୋଟେଇ ୩ ଫୁଟ ୮ ଇଞ୍ଚ । ଏହି କେକ୍‌ର ଓଜନ ପ୍ରାୟ ୨୦୦ କିଗ୍ରା । ଏହା ଦେଖିବାକୁ ବହୁତ ସୁନ୍ଦର । ନିରାମିଷ କେକ୍‌ରେ ପ୍ୟାଲେସ ପ୍ରସ୍ତୁତ କରିଥିବା ନେଇ ପ୍ରାଚୀଙ୍କ ଏହା ହେଉଛି ୩ୟ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ । ସେ ଅନେକ ଭାରତୀୟ ସ୍ଥାପତ୍ୟକୁ ତାଙ୍କର ଏହି କେକ୍‌ରେ ସ୍ଥାନ ଦେଇଛନ୍ତି, ଯାହାର ରଙ୍ଗ ସମ୍ପୂର୍ଣ୍ଣ ଧଳା ।

ପ୍ରାଚୀ କହିଛନ୍ତି, ଭାରତର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ କୀର୍ତ୍ତିରାଜିରୁ ଅନୁପ୍ରାଣିତ ହୋଇ ଏହି କେକ୍ ପ୍ୟାଲେସ ପ୍ରସ୍ତୁତ କରିିଛନ୍ତି । ସେ ସବୁବେଳେ ତାଙ୍କ କେକ୍ ସାହାଯ୍ୟରେ କିଛି ନୂଆ କରିବାକୁ ପ୍ରୟାସ କରିଥା’ନ୍ତି । ତାଙ୍କୁ ଏହି କେକ୍ ପ୍ୟାଲେସ ପାଇଁ ପ୍ରାୟ ୩ ସପ୍ତାହ ସମୟ ଲାଗିଥିଲା । କିନ୍ତୁ ଏହା କୌଣସି ପ୍ୟାଲେସର ଅବିକଳ ନୁହେଁ । ସେ ୨୦୨୨ରେ କରିଥିବା ନିଜ ରେକର୍ଡକୁ ବର୍ତ୍ତମାନ ଭାଙ୍ଗିଛନ୍ତି । ସେତେବେଳେ ସେ ୧୦୦ କେଜିର ଏକ କେକ୍ ପ୍ୟାଲେସ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.