Latest Odisha News

BREAKING NEWS

କୋହଲି-ଗମ୍ଭୀରଙ୍କ ବିବାଦକୁ ନେଇ ଭିଡିଓ ଗେମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ଏହି ବିବାଦକୁ ନେଇ ପ୍ରଶଂସକମାନେ ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲେ । ଏହା ଦେଖି ଜଣେ ପ୍ରଶଂସକ ନିଜ କ୍ରିଏଟିଭିଟି ବ୍ୟବହାର କରି ଏକ ଭିଡିଓ ଗେମ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଗେମ ଅନଲାଇନରେ ଉପଲବ୍ଧ । ଯେ କୌଣସି ୟୁଜର୍ସ ଏହାକୁ ସହଜରେ ଡାଉନଲୋଡ କରି ଖେଳିପାରିବେ । ଏହି ୨ଡି ଗ୍ରାଫିକ୍ସ ଗେମରେ ୟୁଜର୍ସଙ୍କୁ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ । ଏହା ପରେ ଆରମ୍ଭ ହେବ ବ୍ୟାଟରେ ଲଢ଼େଇ । ପ୍ରଶଂସକମାନେ ୱେବସାଇଟକୁ ଯାଇ ସିଧାସଳଖ ଏଥିରେ ଖେଳିବାରେ ଲାଗିଛନ୍ତି । ପୂର୍ବରୁ କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ ୨୦୧୩ରେ ବିବାଦ ଲାଗିଥିଲା । ସେତେବେଳେ କୋହଲି ବାଙ୍ଗାଲୋରର ଓ ଗମ୍ଭୀର କୋଲକାତାର ଅଧିନାୟକ ଥିଲେ ।

ଏହାର ୧୦ ବର୍ଷ ପରେ ସେମାନେ ପୁନର୍ବାର ମୁହାଁମୁହିଁ ହୋଇଥିଲେ । ଗମ୍ଭୀର ଲକ୍ଷ୍ନୌ ସୁପର ଜ୍ୟାଂଟସର ମେଂଟର ଥିବା ବେଳେ କୋହଲି ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ଏହି ବିବାଦ ଉପୁଜିବାର ପୂର୍ବ ଦିନ ଉଭୟ ଏକତ୍ର ସମୟ କାଟିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ କେତେକ ପ୍ରଶଂସକଙ୍କ ମତରେ କ୍ରିକେଟରଙ୍କ ବିବାଦକୁ ନେଇ ଏ ଭଳି ଭିଡିଓ ଗେମ ପ୍ରସ୍ତୁତ କରିବା ଉଚିତ ନୁହେଁ ।

Leave A Reply

Your email address will not be published.