Latest Odisha News

BREAKING NEWS

୨୦୦୨ ଗୁଜୁରାଟ ଦଙ୍ଗା: ନରେନ୍ଦ୍ର ମୋଦିଙ୍କୁ ନାନାବତୀ-ମେହେଟା କମିଶନଙ୍କ କ୍ଲିନଚିଟ୍

ନୂଆଦିଲ୍ଲୀ: ୨୦୦୨ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ନାନାବତୀ-ମେହେଟା କମିଶନ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା ଗୁଜରାଟ ବିଧାନସଭାରେ ଜଷ୍ଟିସ ନାନାବତୀ-ମେହେଟ୍ଟା କମିଶନଙ୍କ ଦଙ୍ଗା ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟ ଆଗତ କରିଥିଲେ ।

୨୦୧୪ରେ ଅବସରପ୍ରାପ୍ତ ବିଚାରପତି ଜି.ଟି. ନାନାବତୀ ଏବଂ ଅକ୍ଷୟ ମେହେଟ୍ଟା ଦଙ୍ଗା ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନ୍ ପଟେଲଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ ।

୨୦୦୨ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଦଙ୍ଗା ସଂପର୍କରେ ତଦନ୍ତ ପାଇଁ ଏହି କମିଶନ୍ ନିଯୁକ୍ତି କରିଥିବା ରିପୋର୍ଟରେ ପ୍ରକାଶ ।

ନାନାବତୀ- ମେହେଟ୍ଟା କମିଶନ୍ ୨୦୦୮ରେ ରିପୋର୍ଟର ପ୍ରଥମ ଭାଗ ଦାଖଲ କରିଥିଲେ, ଯେଉଁଥିରେ ଗୋଧ୍ରା ଟ୍ରେନ୍ ପୋଡ଼ି ପ୍ରସଙ୍ଗ ରହିଥିଲା ।

ଏଥିରେ ଗୋଧ୍ରା ରେଲୱେ ଷ୍ଟେସନ୍ ନିକଟ ସାବରମତି ଏକ୍ସପ୍ରେସର ଏସ୍-୬ ବଗି ପୋଡ଼ା ଯୋଜନାବଦ୍ଧ ଷଡଯନ୍ତ୍ର ନୁହେଁ ବୋଲି ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ପ୍ରଥମ ଭାଗ ରିପୋର୍ଟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍ ଚିଟ୍ ମିଳିଥିଲା ।

Leave A Reply

Your email address will not be published.