Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ୫୦ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଗୋଦାମ ମଧ୍ୟରେ କିଛି ପ୍ଲାଷ୍ଟିକ୍ ବସ୍ତାଥିବା ନେଇ କୌଣସି ସୁତ୍ରରୁ ସୂଚନା ପାଇଥିଲେ । ପରେ ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା ।

କୋଲକାତା ଓ ଗୁଜୁରାଟରୁ ଉକ୍ତ ପ୍ଲାଷ୍ଟିକ୍ ଗୁଡିକୁ ଆମଦାନୀ କରାଯାଇଥିବା ବେଳେ ତାହାକୁ ସହରର ବିଭିନ୍ନ ଭୋଜନାଳୟ ଗୁଡିକୁରେ ବିକ୍ରି ହୋଇଥାନ୍ତା ବୋଲି ବିଏମସି ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.