Latest Odisha News

BREAKING NEWS

ନୁହୁ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଚଣ୍ଡିଗଡ: ନୁହୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏଥିସହ କୋର୍ଟ ଦୋଷୀଙ୍କ ଉପରେ ୮ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଦଣ୍ଡାଦେଶ ପାଇଥିବା ସେହି ୪ ଅଭିଯୁକ୍ତ ହେଉଛନ୍ତି ହେମନ୍ତ ଚୌହାନ, ଆୟନ ଚୌହାନ, ବିନୟ ଓ ଜୟ ଭଗବାନ । ଗତ ଏପ୍ରିଲ ୧୦ରେ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

BjdElectrycity

ସୂଚନା ଅନୁସାରେ, ଏକ ପରିବାର ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗ ଆଣି ଗତ ୨୦୧୬ ମସିହା ଅଗଷ୍ଟ ୨୪ ତାରିଖ ରାତିରେ କିଛି ଲୋକ ଉକ୍ତ ଘରେ ଚଢ଼ାଉ କରିଥିଲେ । ବନ୍ଦ ଘରେ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ପରେ ଘରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳିକା ଓ ୨୧ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ଘରୁ ସୁନାରୁପା ଓ ଟଙ୍କା ପଇସା ଲୁଟି ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ପକାଇଥିଲା । ଯାହା ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିଲା । ଶେଷରେ ଏହି ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ୨୦୧୮ ଜାନୁଆରୀ ୧୪ ଏବଂ ୨୦୧୯ ଜାନୁଆରୀ ୨୯ରେ ଦୁଇଟି ଚାର୍ଜସିଟ୍ ଦାଖଲ କରିଥିଲା ।

 

Leave A Reply

Your email address will not be published.