Latest Odisha News

BREAKING NEWS

ସଂକଳ୍ପ ପତ୍ର ଉନ୍ମୋଚନ କଲେ ନଡ୍ଡା, ବିଜେପି ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ବରରେ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର ‘ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଜେ.ପି ନଡ୍ଡା । ଆଜି ଭୁବନେଶ୍ବରରେ ପହଞ୍ଚି ରାଜ୍ୟ ବିଜେପିର ନିର୍ବାଚନ ଇସ୍ତାହାର ଉନ୍ମୋଚନ କରିବା ପରେ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଛନ୍ତି ନଡ୍ଡା । ସେ କହିଛନ୍ତି ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି । ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ତ୍ବ ବଢିଛି । ପୂର୍ବ ସରକାର ସମୟରେ ଇସ୍ତାହାର ଦେଖାଣିଆ ଥିଲା । ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଥିଲେ । ମୋଦୀ ସରକାରଙ୍କ ସଂକଳ୍ପ ‘ଯାହା କହିଛୁ’ କରି ଦେଖାଇଛୁ । ସବୁ ବର୍ଗର ଲୋକଙ୍କ ବିକାଶ ଚିନ୍ତା କରେ ମୋଦୀ ସରକାର ।  ୨୫ କୋଟି ଲୋକଙ୍କୁ ଦ୍ରାରିଦ୍ରରୁ ମୁକ୍ତ କରାଯାଇଛି ।

BjdElectrycity

ଖାଲି ସେତିକି ନୁହେଁ ବିଜେଡିକୁ ମଧ୍ୟ ସିଧା ସିଧା ଟାର୍ଗେଟ କରିଛନ୍ତି ନଡ୍ଡା । କହିଛନ୍ତି ସରକାରକୁ ଆସିବାକୁ ଏ ନିର୍ବାଚନ ଲଢୁଛୁ । ଓଡିଶାରେ ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ । ଲୋକ ଦାଦନ ଯାଉଛନ୍ତି, ଏଠିକା ସରକାରଙ୍କ ଚିନ୍ତା ନାହିଁ । ଚାଷୀଙ୍କୁ ତାଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି । ପୂରା ରାଜ୍ୟରେ ବିଜେଡିର ତ୍ରୁଟିପୂର୍ଣ୍ଣ ଶାସନ ଚାଲିଛି ।ମହିଳା ନିର୍ଯାତନାରେ ଓଡିଶା ଆଗରେ । ରେପ୍, ମର୍ଡରେ ବିଜେଡିର ନେତା ସଂପୃକ୍ତ ଅଛନ୍ତି । ରାଜନୈତିକ ଦୃଷ୍ଟିକୋଣ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନାହିଁ । ଏହାକୁ ଆମେ ସମାପ୍ତ କରିବା ଓ କରପ୍ସନ ଉପରେ ଜିରୋ ଟଲେରାନ୍ସ ରଖିବା ।

ଆହୁରି ମଧ୍ୟ ସେ କହିଛନ୍ତି, ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ । ହଜିଥିବା ଚାବିର ତଦନ୍ତ ହେବ । ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ ସହିତ କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ ।

Leave A Reply

Your email address will not be published.