Latest Odisha News

BREAKING NEWS

“ମିଛ ଏନକାଉଣ୍ଟର ପାଇଁ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ”

ନୂଆଦିଲ୍ଲୀ: ୨୦୧୯ରେ ହାଇଦ୍ରାବାଦରେ ଏକ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଘଟଣାର ଅଭିଯୁକ୍ତ ଖସି ପଳାଉଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା ବୋଲି କହିଥିଲା। ଏନକାଉଣ୍ଟର ଉଦ୍ଦେଶ୍ୟମୂଳକ ଥିଲା ଏପରି କରି ପୋଲିସ ମାନବିକ ଅଧିକାର ଷୁର୍ଣ୍ଣ କରିଛି କହି କୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ ହୋଇଥିଲା। ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରି କହିଛି ଏନକାଉଣ୍ଟର କରିବା ପଛରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟ ଥିଲା। ଅଭିଯୁକ୍ତମାନେ ଖସି ପଳାଉନଥିଲେ ବରଂ ତାଙ୍କୁ ଏନକାଉଣ୍ଟର କରି ମାରିବା ପାଇଁ ପୋଲିସ ଏନକାଉଣ୍ଟରର ନାଟକ ରଚିଥିଲା। ତଦନ୍ତ କମିଟି ଏବେ ୧୦ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ପାଖରେ ସୁପାରିଶ କରିଛି।

ରିପୋର୍ଟ ଅନୁଯାୟୀ, ପୋଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ମାରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲେ । ଅଭିଯୁକ୍ତଙ୍କ ଶରୀରରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଜଷ୍ଟିସ ସିରପୁରକରଙ୍କ ନେତୃତ୍ୱରେ ଏହି ପ୍ୟାନେଲ ଗଠିତ ହୋଇଥିଲା।

୨୦୧୯ ନଭେମ୍ବରରେ ଶ୍ୟାମସାବାଦର ଏକ ଟୋଲ ପ୍ଲାଜା ନିକଟରେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଅପହରଣ, ପରେ ବଳାତ୍କାର ଓ ହତ୍ୟା କରାଯାଇଥିଲା । ଏହାପରେ ମର ଶରୀରକୁ ପୋଡି ଦିଆଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା।

ପୋଲିସ କହିଛି ଯେ ଅଭିଯୁକ୍ତମାନେ ଗିରଫ ସମୟରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଡିସେମ୍ବର ୬ରେ ପୋଲିସ ଅଭିଯୁକ୍ତଙ୍କୁ ଗାଡିରେ ଦୁଷ୍କର୍ମ ସ୍ଥଳକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ପୋଲିସ କର୍ମୀଙ୍କ ବନ୍ଧୁକ ଛଡାଇ ନେଇ ପୋଲିସ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା।

ତେବେ ତଦନ୍ତ କମିଟି କହିଛି ପୋଲିସ ଯେଉଁ ଯୁକ୍ତି ଉପସ୍ଥାପନ କରିଛି ତାର ପ୍ରମାଣ ନାହିଁ । ପୋଲିସ ଜାଣିଶୁଣି ଏନକାଉଣ୍ଟର କରିଛି। ତେଣୁ ୧୦ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର।

Leave A Reply

Your email address will not be published.