Latest Odisha News

BREAKING NEWS

ବିଜେଡିର ପତିଆରା ଦେଖି ବିଷ୍ନୁ ସେଠୀ କହିଲେ ସଂସଦ ଯିବାକୁ ଇଚ୍ଛା !

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସେ ଆଉ ବିଧାନସଭାକୁ ଯିବାକୁ ଇଚ୍ଛା କରୁନାହାନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ସେ ଭଦ୍ରକ ସାଂସଦ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛନ୍ତି। ବିଧାନସଭାରେ କାହାରି ସ୍ୱର ନାହିଁ। ଯଦି କାହା ପାଖରୁ ଶିଖିବାର ଅଛି ସେ ହେଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କେହି ମୁହଁ ଖୋଲୁ ନାହାନ୍ତି ବୋଲି ଏହି ବିଜେପି ବିଧାୟକ କହିଛନ୍ତି।

ସେ ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବା ବେଳେ କହିଛନ୍ତି, କେନ୍ଦ୍ରରେ ମୋଦି ହୀୱା ରହିଛି। ବିଜେପି ଆହୁରି 30-40 ବର୍ଷ ଯାଏ ଦେଶରେ ସରକାରରେ ରହିବ। କିନ୍ତୁ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନେ ସଶକ୍ତ ରହିଛନ୍ତି। ଯାହାର ଉଦାହରଣ ଦେବାକୁ ଯାଇ ଓଡ଼ିଶାର ଶାସକ ଦଳ ବିଜେଡି କଥା କହିଛନ୍ତି। ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି ବୋଲି ସ୍ୱୀକାର କରିଛନ୍ତି।

ଆଜି ଯାଏ ତାଙ୍କ ଦଳ ତୃଣମଳ ସ୍ତରରେ ପହଞ୍ଚି ପାରିନି। ତୃଣମଳ ସ୍ତରରେ ସ୍ଥିତି ଭିନ୍ନ ରହିଛି କିନ୍ତୁ ପ୍ରତି ନିର୍ବାଚନରେ ସରକାରୀ କଳ ବ୍ୟବହାର କରି ବିଜେଡି ଜିତିଛି। କିନ୍ତୁ ସାଧାରଣ ନିର୍ବାଚନ ବେଳକୁ ଏଥର ଲଢ଼େଇ ହେବ ବୋଲି ସେ କହିଛନ୍ତି।

ସେ ସାଂସଦ ଭାବେ ଲଢ଼ିବାକୁ ଆଗ୍ରହ ରଖିଛନ୍ତି ବୋଲି କହିଛନ୍ତି। କିନ୍ତୁ ଟିକେଟ ମିଳିବା ଉପରେ ତାଙ୍କର ଇଚ୍ଛା ନିର୍ଭର କରେ ବୋଲି କହିଛନ୍ତି। ଯଦି ମିଳିଯାଏ ତାହାଲେ ସେ ଲଢିବେ । ଦଳ ଯାହା ବିଚାର କରିବ ସେହି ଅନୁସାରେ ଚାଲିବେ । ଯଦିଓ ସେ ଆଉ ଥରେ ବିଧାୟକ ହେବାକୁ ଚାହୁଁ ନାହାନ୍ତି କିନ୍ତୁ ତାଙ୍କ ଦଳ ମିଶନ 120 ମିଶନ ନେଇ କାମ କରୁଛି ବୋଲି କହିଛନ୍ତି।

Leave A Reply

Your email address will not be published.