Latest Odisha News

BREAKING NEWS

Yearly Archives

2020

ନିଜେ ନିଜର ଚକ୍ରବ୍ୟୁହରେ ଓଡିଆ ଗଣମାଧ୍ୟମ, ମାଲିକର ରାଜନୈତିକ ଢୋଲକି ମାଡରେ ସାମ୍ବାଦିକର ବାଉଁଶରାଣୀ ଖେଳ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା…

ନାବାଳିକା ସହ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହେଲେ ଅଲିମ୍ପିକ୍ ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ

ଭୁବନେଶ୍ୱର: ଗିରଫ ହେଲେ ଅଲିମ୍ପିକ୍ ର ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ । ଜଣେ ନାବାଳିକା ସହ ଯୋୖନ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଗିରଫ ର କିଛି ସମୟ ପରେ କିପ୍ରୁଟୋଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ମାତ୍ର ଏବେ ବି ମାମଲା କୋର୍ଟରେ…

ମାସେ ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକ ଉଠାଇ ପାରିବେ ୨୫ ହଜାର ଟଙ୍କା, ଆଇବିଆଇ ଲଗାଇଲା କଟକଣା

ନୂଆଦିଲ୍ଲୀ: ପାର୍ବଣ ସିଜିନରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର । ମାସେ ପାଇଁ ଟଙ୍କା ଉଠାଣ ଭପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଡିସେମ୍ବର ୧୬ ତାରିଖ ଯାଏ ଗ୍ରାହକ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ…

ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍

ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍‌ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ପୁରଷ୍କୃତ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମାନସିକ ସ୍ୱାସ୍ଥ୍ୟ ଉପରେ ଅନଲାଇନ ସେମିନାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ ଉପରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ରବିବାର ଦିନ ଏକ ସେମିନାର ଆୟୋଜନ ହୋଇଛି। ଏଥିରେ ୧୧ ଟି ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ଏସିଆ ଏବଂ ଗଲ୍ଫ, ୟୁରୋପ ଏବଂ ଭୂମଧ୍ୟସାଗର, ମଧ୍ୟ ପୂର୍ବ, ଆଫ୍ରିକା…

ଭାରତୀୟ ସେନାଙ୍କ ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ରର ବ୍ୟବହାର କରିଥିଲା !

ଲଦାଖ: ଭାରତ-ଚୀନ ବିବାଦର ସମାଧାନର ସୂତ୍ର ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏହା ମଧ୍ୟରେ ଚୀନର ରେନମ୍ୟାନ ୟୁନିଭରସିଟି ସ୍କୁଲ ଅଫ ଇଂଟରନ୍ୟାଶନାଲ ଷ୍ଟଡିଜର ଆସୋସିଏଟ ଡିନ୍ ପ୍ରଫେସର ଜିନ କେନରଙ୍ଗ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି…

ଓଡ଼ିଶାରେ ୩ ଲକ୍ଷ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୧୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୦୦ ହଜାର ୪୭୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ…

ରାଜ୍ୟରେ ୪୬୪.୭୨ କୋଟି ଟଙ୍କାର ପୁଞ୍ଜି ନିବେଶ; ୮୭୩ ବ୍ୟକ୍ତିଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡିଶା ସରକାର ମଙ୍ଗଳବାର ଦିନ ୪୬୪.୭୨ କୋଟି ଟଙ୍କା ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏକକ ୱିଣ୍ଡୋ ଅଥୋରିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତାବରେ ୮୭୩ ଜଣଙ୍କୁ…

ପଡିଆରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା ନାତୁରୁ ଗାଁ ନିକଟରେ ଥିବା ପଡିଆରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରୀ ହାତସିଂଗା ଗାଁର ପାଲ ତିହୁ(୫୦) ବୋଲି ଜଣାପଡିଛି। ତେବେ ମହିଳାଙ୍କ ନାକରୁ…