Latest Odisha News

BREAKING NEWS

Yearly Archives

2024

୨୪ରୁ ସଂସଦର ପ୍ରଥମ ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ସାଂସଦ ନେବେ ଶପଥ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶରେ ଲୋକ ସଭା ନିର୍ବାଚନ । ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଜୁନ୍ ୨୪ ରୁ…

ଖୁବ ଶୀଘ୍ର ପରଦାକୁ ଆସିବ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବାୟୋପିକ୍

ମୁମ୍ବାଇ: ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଖୁବ୍ ଶୀଘ୍ର ପରଦାରେ ଦେଖିବେ ଦର୍ଶକ । ଏହି ବାୟୋପିକ୍‌ର ନାଁ ‘ବେଦୀ: ଦ ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି । ଏନେଇ ଫିଲ୍ମ ନିର୍ମାତା ଏକ ଭିଡିଓ ଜାରି କରି ଏହି ଘୋଷଣା…

ଜାତୀୟ ସନ୍ତରଣ ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପ:ତୃତୀୟ ଦିବସରେ ଓଡିଶାକୁ ୫ ପଦକ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନ୍ୟାଶନାଲ ସୁଇମିଂ ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଓଡିଶା ସନ୍ତରଣକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ତୃତୀୟ ଦିବସରେ ଓଡିଶାକୁ ୫ ପଦକ ମିଳିଛି । ୫୦ ମିଟର ବଟରଫ୍ଲାଏ ଇଭେଂଟରେ ସୃଷ୍ଟି ଉପାଧ୍ୟାୟ, ୨୦୦ ମିଟର ବ୍ରେଷ୍ଟ…

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଭାରତୀୟ ଶ୍ରମିକ ମୃତ

ନୂଆଦିଲ୍ଲୀ: କୁଏତ ଦକ୍ଷୀଣ ମଂଗାଫର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳିଛି । କୁଏତର ଏହି କୋଠାରେ ଭାରତୀୟ କର୍ମଚାରୀଙ୍କ ସହ ବିଭିନ୍ନ ଦେଶର କର୍ମଚାରୀ ମାନେ ମଧ୍ୟ କାମ କରୁଥିଲେ । ସୂଚନା ଅନୁସାରେ,…

ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଦୋଷୀ ଆରିଫର ମୃତ୍ୟୁ ଦଣ୍ଡ କାଏମ୍, ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ୨୪ ବର୍ଷ ପୁରୁଣା ଲାଲ କିଲ୍ଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫଙ୍କ ଦ୍ଵାରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାୟିତ୍ଵ ଗ୍ରହଣ କରିବା…

ଏବେଠାରୁ ବିଜେପିର ମୁଣ୍ଡ ଖରାପ କଲାଣି ଏମଏନଏସ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଏବଂ ଏହାର ଗଠବନ୍ଧନକୁ ମହାରାଷ୍ଟ୍ର ନବନିର୍ମାଣ ସେନା ବିନା ସର୍ତରେ ସମର୍ଥନ କରିଥିଲା । ରାଜ ଠାକରେଙ୍କ ଦଳ ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚାପରେ ପକାଇଛି । ଏମଏନଏସ ଏବେଠାରୁ ୨୦ଟି ସିଟ ଦାବୀ କରିଛି । ଆଦିତ୍ୟ…

ବାଚସ୍ପତି ହେବେ ସୁରମା ପାଢୀ

ଭୁବନେଶ୍ବର: ନୂଆ ସରକାରଙ୍କର ନୂଆ ବାଚସ୍ପତି ସୁରମା ପାଢୀ । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ମହିଳା ବାଚସ୍ପତି ଭାବରେ ମନୋନୀତ କରିପାରେ ବିଜେପି । ରାଜ୍ୟ ବିଜେପିର ଅନ୍ୟତମ ମହିଳା ଚେହେରା ସୁରମା ପାଢୀ ରଣପୁରରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ବି ରଣପୁରରୁ ଜିତିଥିଲେ ସୁରମା।…

ଅନୈତିକ ସମ୍ପର୍କକୁ ଲୁଚାଇବାକୁ ଯୁବକଙ୍କୁ ହତ୍ୟା କରିଥିଲେ ଦର୍ଶନ, ସିସିଟିଭିରୁ ଜଣାପଡିଲା ସତ

ବେଙ୍ଗଲୁରୁ: ଅଭିନେତ୍ରୀ ପବିତ୍ରା ଗୌଡଙ୍କ ସହ ନିଜର ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ବଡ ଷଡଯନ୍ତ୍ର ରଚିଥିଲେ ଦର୍ଶନ ଥୋଗୁଦୀପା । ସିସିଟିଭି ବଖାଣିଲା କେମିତି ହତ୍ୟା କରିଥିଲେ ରେଣୁକା ସ୍ବାମୀଙ୍କୁ । ଗତକାଲି ଦର୍ଶନଙ୍କୁ ରେଣୁକାଙ୍କ ହତ୍ୟା ମାମଲାରେ ଗିରଫ କରିଥିଲା ପୁଲିସ। ପରେ…

ଓଡିଶାରେ ଆରମ୍ଭ ହେଲା ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି…

ହଜମ ପ୍ରକ୍ରିୟାକୁ ଠିକ କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ନାହିଁ, ତେବେ ସ୍ୱାସ୍ଥ୍ୟରେ ମଧ୍ୟ କୌଣସି ସମସ୍ୟା ଦେଖାଯିବାର ନାହିଁ। ମୋଟା ମୋଟି ଭାବେ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏକ ଭଲ ହଜମ ପ୍ରକ୍ରିୟା ବୋଲି ବିବେଚନା…