Latest Odisha News

BREAKING NEWS

Yearly Archives

2026

ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଦିଗରେ ଓଡ଼ିଶା ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କୁପ୍ରଥାକୁ ମୂଳରୁ ଉତ୍ପାଟନ କରିବା ଲକ୍ଷ୍ୟରେ ଶୁକ୍ରବାର ଦିନ ରାଜ୍ୟବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ନାମକ ଏକ ୪୪ ଦିନିଆ ସ୍ୱତନ୍ତ୍ର…

ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଥିବା ନୟାପଲ୍ଲୀ ଅଞ୍ଚଳରେ ଘଟିଯାଇଥିବା ଏକ ଲୋମହର୍ଷକ ତଥା ଅଭାବନୀୟ ଦୁଷ୍କର୍ମ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବନ୍ଧୁକ ମୁନରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ପଶି ଦୁଷ୍କର୍ମ କରାଯିବା ଘଟଣାକୁ ନେଇ…

ବିଜେଡିର ମିଡିଆ ଓ ଆଇଟି ସେଲ୍‌ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର

ଭୁବନେଶ୍ୱର: ଆଗାମୀ ଦିନର ରାଜନୈତିକ ଆହ୍ୱାନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ନିଜର ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ ଓ ଶାଣିତ କରିଛି । ଏହି ପରିପ୍ରେକ୍ଷୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ମିଡିଆ ଏବଂ ଆଇଟି ସେଲ୍‌ର…

ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା

ଭୁବନେଶ୍ୱର: ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ଏବେ ସାମୟିକ ଆଶ୍ୱସ୍ତି ମିଳିବାକୁ ଯାଉଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୪ ତାରିଖ ଯାଏଁ ସମଗ୍ର ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ମୋବାଇଲ୍ ନମ୍ବର ନଥିଲେ ହେବନି ସ୍ପିଡ୍ ପୋଷ୍ଟ: ଠକେଇ ରୋକିବାକୁ ଭାରତୀୟ ଡାକ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଡାକଘର ମାଧ୍ୟମରେ କୌଣସି ଜରୁରୀ କାଗଜପତ୍ର, ଚିଠି କିମ୍ବା ପାର୍ସଲ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟ ଏବଂ ରେଜିଷ୍ଟ୍ରି ପୋଷ୍ଟ ବୁକିଂ ନିୟମରେ ଏକ ବଡ଼ ଧରଣର…

ବିଜ୍ଞାନ କ୍ଷେତ୍ରରେ ବିଶ୍ୱକୁ ସିଙ୍ଗାପୁରର ଚେକ୍‌ମେଟ୍; ଆମେରିକା ଓ ଚୀନକୁ ପଛରେ ପକାଇ ତିଆରି କଲା ସବୁଠୁ ନିର୍ଭୁଲ…

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏପରି ଏକ ଘଣ୍ଟା, ଯାହା ଶହ ଶହ କିମ୍ବା ହଜାରେ ବର୍ଷ ନୁହେଁ, ବରଂ କୋଟି କୋଟି ବର୍ଷ ଧରି ଲଗାତାର ଚାଲିବା ପରେ ବି ମାତ୍ର ୧ ସେକେଣ୍ଡର ତ୍ରୁଟି ଦେଖାଇବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସିଙ୍ଗାପୁରର ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବ ଲାଗୁଥିବା…

ଆଗକୁ ଆସୁଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ; ଏଲ୍ ନିନୋ ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତ

ନ୍ୟୁୟର୍କ: ଆଗାମୀ ଦିନରେ ସମଗ୍ର ବିଶ୍ୱ ଏକ ଭୟଙ୍କର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ୟୁକ୍ରେନ୍ ଯୁଦ୍ଧ, ଇରାନ-ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ 'ସୁପର ଏଲ୍ ନିନୋ'ର ଦୁଷ୍ପ୍ରଭାବ କାରଣରୁ ବିଶ୍ୱବ୍ୟାପୀ ଖାଦ୍ୟ ଏବଂ ଇନ୍ଧନ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ବାଧାପ୍ରାପ୍ତ ହେବ । ଆମେରିକାର…

ରୋହିତ,କୋହଲି ଦଳରେ ଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ଅଧିନାୟକ ଶୁଭମନ୍ ଗିଲ୍

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜ୍ ବିପକ୍ଷ ଓଡ଼ିଆଇ ସିରିଜ୍‌ରେ ୨-୦ର ଅଜେୟ ଅଗ୍ରଣୀ ହାସଲ କରିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅଭିଜ୍ଞତାକୁ ନେଇ ଭାରତୀୟ ଦଳର ଅଧିନାୟକ ଶୁଭମନ୍ ଗିଲ୍ ବଡ ବୟାନ ଦେଇଛନ୍ତିି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଦୁଇ  ମହାନ ଖେଳାଳିଙ୍କ ଉପସ୍ଥିତି…

Asian Games 2026:୪୪ ବର୍ଷର ଅପେକ୍ଷାର ଅନ୍ତ:ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲେ ମହିଳା ହକି ଦଳ,୨୦୨୮ ଅଲିମ୍ପିକ୍ସ…

ନୂଆଦିଲ୍ଲୀ:୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ପୃଷ୍ଠାରେ ସୁନେଲି ଅକ୍ଷରରେ ନିଜ ନାମ ଲିପିବଦ୍ଧ କରିଛି। ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ୍ ମ୍ୟାଚ୍ ଭାରତୀୟ ଏବଂ ଚୀନ୍ ମହିଳା ହକି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ୍ ମ୍ୟାଚରେ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି…

ଫେରିଛି କୋଭିଡ ମହାମାରୀ ପୂର୍ବସ୍ଥିତି, ବଢିଛି ଆୟୁଷ ହାର : WHO

ଜେନେଭା: WHOର ଗ୍ଲୋବାଲ ହେଲ୍‌ଥ ଏଷ୍ଟିମେଟ୍ ରିପୋର୍ଟରେ ଖୁସି ଖବର । ବିଶ୍ୱ ପୁଣି ଫେରୁଛି କରୋନା ପୂର୍ବସ୍ଥିତିକୁ । କୋଭିଡ ମହାମାରୀ ପୂର୍ବରୁ ଥିବା ଆୟୂଷ ହାର ପୁଣି ସାମାନ୍ୟ ସ୍ଥିତିକୁ ଆସିଛି । ୨୦୨୩ ମସିହାରେ ହାରାହାରି ଆୟୁଷ ୭୩.୩ ବର୍ଷରେ ପହଂଚିଛି । ମହାମାରୀ ଆରମ୍ଭ ହେବା ପୂର୍ବରୁ…