Latest Odisha News

BREAKING NEWS

ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

ଅମୃତସର: ବିଷାକ୍ତ ମଦ ପିଇ ଗଲା ୨୧ ଜଣଙ୍କ ଜୀବନ । ପଂଜାବର ଅମୃତସର, ବଟାଲା ଓ ତରନତାରନରେ ଭେଜାଲ ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି । ଏସଆଇଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଘଟଣା ସମ୍ପର୍କରେ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ଗତ ଜୁନ୍ ୨୯ ତାରିଖରେ ପ୍ରଥମେ ୫ଜଣ ପ୍ରାଣ ହରାଇଥିଲେ । ଯାହା ତରାସିକ୍ ଗ୍ରାମରେ ଘଟଥିଲା । ସେହିପରି ଜୁଲାଇ ୩୦ ତାରିଖରେ ମୁଚ୍ଛଲରେ ୨ଜଣ ପ୍ରାଣ ହରାଇଥିଲେ । ଏହାପରେ ମୁଚ୍ଛଲରେ ଆଉ ୨ଜଣ ପ୍ରାଣ ହରାଇଥିଲେ । ସେହିପରି ଶୁକ୍ରବାର ବଟାଲାରେ ଆଉ ୫ଜଣ ଜୀବନ ହାରିଛନ୍ତି । ଏବେସୁଦ୍ଧା ବଟାଲାରେ ୭ଜଣ ପ୍ରାଣ ହରାଇଥିବା ବେଳେ ତରନତାରନରେ ୪ଜଣ ପ୍ରାଣ ହରାଇଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜୁଡିସିଆଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଳନ୍ଧର ଡିଭିଜନାଲ କମିଶନରଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି । ଏହା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ସମସ୍ତ ନକଲି ମଦ ବେପାରୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.