Latest Odisha News

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ନାବାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

BjdElectrycity

ସୂଚନା ଅନୁସାରେ, ସୋମବାର ରାତିରେ ବର୍ତକ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୋଲିସ କହିବା ଅନୁସାରେ ପୂର୍ବରୁ ମଧ୍ୟ ୪ ଜଣ ସାଙ୍ଗ ଏକାସହିତ ପବଜି ଖେଳୁଥିଲେ ଏବଂ କେତେକ ମୟରେ ଝଗଡ଼ା ମଧ୍ୟ କରୁଥିଲେ। ସୋମବାର ମଧ୍ୟ ଏଭଳି ହୋଇଥିଲା। ରାତି ୯ ଟା ସମୟରେ ଗେମ ଖୁଳିଥିବା ସମୟରେ ସମସ୍ତେ ମଦ ନିଶାରେ ଥିଲେ। ଏତିକି ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ତିନି ଜଣ ଯୁବକ ମିଶି ନିଜର ସାଙ୍ଗ ସୟଲ ଜାଧବକୁ ଛୁରି ଭୁସି ହତ୍ୟା କରିଦେଇଥିଲେ। ଫଳରେ ସୟଲଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ପୁଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ଦୁଇ ଜଣ ନାବାଳିକାଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨ରେ ମାମଲା ରୁଜୁ କରାଯାଇଛି।

Comments are closed, but trackbacks and pingbacks are open.