Latest Odisha News

BREAKING NEWS

କ୍ରମାଗତ ୭୨ ଘଂଟାରୁ ଅଧିକ ସମୟ ବ୍ୟାଟିଂ କରି ବିଶ୍ୱ ରେକର୍ଡ କଲେ ମୁମ୍ବାଇର ସିଦ୍ଧାର୍ଥ

ମୁମ୍ବାଇ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସିଦ୍ଧାର୍ଥ ମୋହିତେ କ୍ରମାଗତ ୭୨ ଘଂଟା ୫ ମିନିଟ ବ୍ୟାଟିଂ କରି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାର ଭିଡିଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡକୁ ପଠାଯାଇଛି । ସେ ନିଜ ଦେଶର ବିରାଗ ମାନେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିରାଗ ୫୦ ଘଂଟାରୁ ଊର୍ଦ୍ଧ୍ୱ ସମୟ ବ୍ୟାଟିଂ କରିଥିଲେ । କୋଚ ଜ୍ଲାଲା ସିଂ ତାଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଥିଲେ ।

ତାଙ୍କୁ ବୋଲିଂ କରିବା ପାଇଁ ଯୁବ ବୋଲରମାନଙ୍କୁ ନିୟୋଜିତ କରାଯାଇଥିଲା । କରୋନା ମହାମାରୀ ସମୟରେ ସିଦ୍ଧାର୍ଥ ଅଧିକରୁ ଅଧିକ ସମୟ ବ୍ୟାଟିଂ ଅଭ୍ୟାସ କରୁଥିଲେ । କିଛି ଅଲଗା କରିବା ଚିନ୍ତାଧାରା ଯୋଗୁ ମୁଁ ବିଶ୍ୱ ରେକର୍ଡ ସ୍ଥାପନ କରିପାରିଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.