Latest Odisha News

ରାଜସ୍ଥାନରେ ବ୍ୟାପୁଛି ‘ଜିକା ଭାଇରସ’, ବିହାର ଓ ଦିଲ୍ଲୀରେ ଆଲର୍ଟ ଜାରି

ଜୟପୁର : ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ର ସଂକ୍ରମଣ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ରେ ପାଖାପାଖି ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ଧିରେଧିରେ ମାରାତ୍ମକ ରୂପ ଧାରଣ କରୁଛି ।

ଅନ୍ୟପକ୍ଷରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ନେଇ ଜଣାପଡିଛି । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏହି ଭାଇରସକୁ ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସଜାଗ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିବା ନେଇ ଜଣାପଡିଛି ।

ତେବେ ଏହି ଘଟଣା ଜଣାପଡିବା ପରେ ବିହାର ସରକାର ରାଜ୍ୟର ୩୮ଟି ଜିଲ୍ଲାରେ ସର୍ତକ ସୂଚନା ଜରି କରିବା ସହ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସତର୍କ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଦିଲ୍ଲୀରେ ମଧ୍ୟ ଜିକା ଭାଇରସ ପ୍ରତି ସଜାଗ ରହିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

Leave A Reply

Your email address will not be published.