Latest Odisha News

ତୀବ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’ । ଭାରତୀୟ ପାଣିପାଗ ବିଭାଗର ତାଜା ସତର୍କ ସୂଚନାନୁଯାୟୀ ଅବପାତ ଘନୀଭୁତ ହୋଇ କ୍ରମେ ବାତ୍ୟାର ରୂପ ନେଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ରାଜ୍ୟରେ ବାତ୍ୟାର ରୂପ ନେବ ବୋଲି ସତର୍କ ସୂଚନା ପ୍ରଦାନ କରିଛନ୍ତି ପାଣିପାଗ ବିଭାଗ । ରାଜ୍ୟରେ ଏହା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବା ସହିତ ରାଜ୍ୟର ୫ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ନୂଆଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଭାଗ । ଆସନ୍ତା କାଲି ପବନର ବେଗ ଘଣ୍ଟା ପ୍ରତି ୧୦୦କିମି ବେଗକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯ ତାରିଖ ରାତିରୁ ୪୫ରୁ ୫୫ କିିମି ବେଗରେ ପବନ କ୍ରମେ ୬୫ କିମି ବେଗକୁ ବୃଦ୍ଧି ହେବ । ତେବେ ୧୦ ତାରିଖ ସନ୍ଧ୍ୟା ସମୟରୁ ୮୦ରୁ ୯୦ କିମି ବେଗରେ ପବନ ବହିବା ସହିତ ଏହା କ୍ରମେ ୧୦୦କିମି ବେଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଏହି ସମୟରେ ଉପକୂଳବର୍ତ୍ତୀ ଓଡ଼ିଶାର ସମୁଦ୍ର ଅଶାନ୍ତ ରହିବ । ଏହି ବାତ୍ୟା ଫଳରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।

ଆରବ ସାଗରରେ ଅନୁଭୁତ ହୋଇଥିବା ବାତ୍ୟା ‘ଲୁବାନ’ ଅତ୍ୟଧିକ ଘନୀଭୁତ ହୋଇ ଓମାନ ଉପକୂଳ ଆଡ଼କୁ ଗତି କରୁଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଅଧିକ ଘନୀଭୁତ ହୋଇ ଅବପାତର ରୂପ ନେଇସ।।ରିଛି । ଏହା ସମୁଦ୍ରରେ ଅଧିକ ଶକ୍ତିଶାଳୀ ହେବା ସହିତ କ୍ରମେ ବାତ୍ୟାର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ।

ଏହି ତିତଲିର ପ୍ରଭାବରେ ୯ ତାରିଖରେ ରାଜ୍ୟର ଗଜପତି, ଗଞ୍ଜାମ, ପୁରୀ ତଥା ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି ।

ଏହି ଝଡ଼ବାତ୍ୟାର ପ୍ରଭାବରେ ରାଜ୍ୟର ୫ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ରେଡ଼ ଆଲର୍ଟ ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଝଡ଼ବାତ୍ୟା ଯେଉଁ ଜିଲ୍ଲା ମାନଙ୍କରେ ଅନୁଭୁତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା । ଏହାଛଡ଼ା ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଢେଙ୍କାନାଳ, କଟକ ଏବଂ ନୟାଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ସମୁଦ୍ର ପ୍ରବଳ ଭାବେ ଅଶାନ୍ତ ରହୁଥିବାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ବ।।ରଣ କରିଛନ୍ତି ପାଣିପାଗ ବିଭାଗ । ଏହି ସମୟରେ ଯଥେଷ୍ଟ ନିରାପଦ ସ୍ଥାନମାନଙ୍କରେ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଏଚ ଆର ବିଶ୍ୱାସ ।

Leave A Reply

Your email address will not be published.