Latest Odisha News

BREAKING NEWS

ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ଖୋଲିଲା ମୋଟ ୨୪ ଗେଟ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ।  ହୀରାକୁଦରେ ଖୋଲିଲା ମୋଟ ୨୪ଟି ଗେଟ  । ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି । ମୋଟ ୨୪ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱର ୧୬ ଟି ଗେଟ ଖୋଲାଯାଇଥିବା ବେଳେ ଡାହାଣ ପାର୍ଶ୍ୱର ୮ଟି ଗେଟ ଖୋଲାଯାଇଛି ହେଉଛି ଜଳ ନିଷ୍କାସନ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୫ ହଜାର ୭୯୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ୪ ଲକ୍ଷ ୨୩ ହଜାର ୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର  ୬୨୮.୩୯ ଫୁଟରେ ପହଞ୍ଚିଛି ଜଳସ୍ତର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍‌ ବର୍ଷା ହୋଇଛି ।

ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର ହୋଇଥିବାରୁ ଅଧିକ ଗେଟ୍‌ ଖୋଲାଯାଉଛି ।  ସକାଳେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି ।

Leave A Reply

Your email address will not be published.