Latest Odisha News

BREAKING NEWS

ରାମଲାଲାଙ୍କ ଜନ୍ମତ୍ସବ ପାଇଁ ୩ଦି ଯାଏଁ ୨୪ଘଣ୍ଟା ହେବ ସାଧାରଣ ଦର୍ଶନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ରାମନବମୀ ଅବସରରେ ୩ଦିନ ଯାଏଂ ୨୪ ଘଣ୍ଟିଆ ଦର୍ଶନ ପାଇବେ ଭକ୍ତ । ଅଯୋଧ୍ୟାର ବରିଷ୍ଠ ଅଧିକାରୀଙ୍କ ସହ ଏକ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଯୋଗୀ । ନବରାତ୍ରୀର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ପ୍ରଭୁ ରାମଲାଲାଙ୍କୁ ୨୪ ଘଣ୍ଟା ଦର୍ଶନ କରିପାରିବେ ଭକ୍ତ । ତେବେ କେବଳ ଭଗବାନଙ୍କ ବିଶେଷ ରିତିନୀତି ପାଇଁ ମାତ୍ର କିଛି ସମୟ ପାଇଁ ମନ୍ଦିର ପହୁଡ ବନ୍ଦ ରହିବ । ଏହି ଅବସରରେ ଭକ୍ତଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

ସୂଚନା ଅନୁସାରେ, ଏହି ୩ଦିନରେ ପ୍ରଭୁଙ୍କ ଦ୍ୱାର କେବଳ ପ୍ରଭୁଙ୍କ ଆରତୀ ଏବଂ ଭୋଗ ପାଇଁ ବନ୍ଦ ରହିବ। ଆଦିତ୍ୟନାଥ ରାମନବମୀ ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସଦସ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରିବାକୁ କହି  ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ କେବଳ ସ୍ୱତନ୍ତ୍ର ନୀତିକାନ୍ତିଙ୍କୁ ଛାଡି ଅନ୍ୟ ସମସ୍ତ ସମୟରେ ଦର୍ଶନ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଛି। ଏହା ବ୍ୟତୀତ ସହରରେ ସ୍ବଚ୍ଛତା, ପାନୀୟ ଜଳ ଯୋଗାଣ ସହ ଖରାଦିନକୁ ନଜରରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ବିଦ୍ୟୁତ ଚାଳିତ ବସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେ ପରିବହନ ନିଗମ ଏବଂ ନଗର ଉନ୍ନୟନ ବିଭାଗ ପରସ୍ପର ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭଗବାନ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ ହେବା ଦିନ ଠାରୁ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ଲୋକ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ଜନ୍ମ ବାର୍ଷିକୀରେ ଚଳିତ ବର୍ଷ ଭକ୍ତଙ୍କ ବିପୁଳ ପରିମାଣର ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ସ୍ଵତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.