Latest Odisha News

BREAKING NEWS

ପଞ୍ଚମ ପାଳିର ଶେଷ କ୍ୟାବିନେଟ, ୧୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ କ୍ୟାବିନେଟ । କ୍ୟାବିନେଟରେ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଏଥିପାଇଁ ରାଜ୍ୟ ସରକାର ଚନ୍ଦ୍ରଶେଖରପୁରରେ ଅଧ ଏକର ଜମି ଯୋଗାଇଦେବେ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ହେବ । ରାଜ୍ୟର ୬୨ହଜାର ହେକ୍ଟର ଚାଷ ଜମିରେ ୧୮୬୦କିମି କରନାଳୀ ପୁନଃନିର୍ମାଣ ପାଇଁ ମିଳିଲା କ୍ୟାବିନେଟ ମଞ୍ଜୁରୀ । ଜଳସେଚିତ ଅଞ୍ଚଳରେ ପୁରୁଣା କେନାଲର ହେବ ନବୀକରଣ । ସେପଟେ ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟତ । ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ । ଏନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହି ସେତୁ ନିର୍ମାଣ ହେବ । ଏଥିପାଇଁ ମୋଟ ୧୨୮ କୋଟି ଖର୍ଚ୍ଚ ହେବ । ୩ ବର୍ଷରେ ଶେଷ ହେବ ଏହି ସେତୁ ନିର୍ମାଣ କାର୍ଯ୍ୟ ।

ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ । ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି।

 

Leave A Reply

Your email address will not be published.