Latest Odisha News

୨୫ ଲକ୍ଷର ରସୁଣ ଲୁଟିନେଲେ

ଗୟା: ଗୟା ଜିଲ୍ଲା ଆମାସ୍ ଥାନା ଅଞ୍ଚଳର ଅକାଉନା ମୋଡ୍ ସ୍ଥିତ ଏକ ଗୋଦାମରୁ ରସୁଣ ଏବଂ ଅଟା ଲୁଟି ନେଇଛନ୍ତି ଲୁଟେରା। ଏହି ଅପରାଧୀମାନେ ବାଇକ୍ କିମ୍ବା କାରରେ ନୁହେଁ ବରଂ ଏକ ଟ୍ରକ ନେଇ ପହଞ୍ଚିଥିଲେ।

ଗୋଦାମ ମାଲିକ ଶେଖ ଅବଦୁଲ୍ଲାଙ୍କ ଅନୁଯାୟୀ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ଅପରାଧୀ ଏକ ଟ୍ରକରେ ଆସିଥିଲେ। ସେମାନେ ପ୍ରଥମେ ଗୋଦାମରେ ଉପସ୍ଥିତ ଥିବା ତିନିଜଣ କର୍ମଚାରୀଙ୍କୁ ବନ୍ଧକ ବନାଇବା ସହ ମୁଖ୍ୟ ଗେଟ୍ ଖୋଲି ଟ୍ରକକୁ ଗୋଦାମ ଭିତରକୁ ନେଇଯାଇଥିଲେ।

ତେବେ ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ଡକାୟତ ମାନେ ୧୫୦ ପ୍ୟାକେଟ୍ ରସୁଣ ଏବଂ ପ୍ରାୟ ସମାନ ପରିମାଣର ଅଟା ପ୍ୟାକେଟ୍ ଲୁଟ୍ କରିଥିଲେ। ସେମାନେ ଗଲାବେଳେ ସେଠାରେ ଥିବା ସିସିଟିଭି କ୍ୟାମେରା ଏବଂ ଡିଭିଆର ମଧ୍ୟ ନେଇଯାଇଥିଲେ। ବନ୍ଧକମାନେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବା ସହ ଘଟଣା ସମ୍ପର୍କରେ ଗୋଦାମ ମାଲିକଙ୍କୁ ଜଣାଇଥିଲେ।

ଯାହାପରେ ମାଲିକ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Comments are closed.