Latest Odisha News

BREAKING NEWS

ଜାପାନର ଏକ କୋଠାରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଟୋକିଓ: ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

BjdElectrycity

ବର୍ତ୍ତମାନ ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ହୋଇଛି । ୨୮ଜଣ ଆହତ ହୋଇଥିବା କିଶିମୋଟୋ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ଜଣଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଛି । ଏହି ବିଲଡ଼ିଂରେ ମେଡ଼ିସିନ କ୍ଲିନିକ୍, ଇଂରାଜୀ ସ୍କୁଲ ଏବଂ ଅନ୍ୟାନ୍ୟ ବ୍ୟବସାୟ ହେଉଥିବା ଜଣାପଡ଼ିଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଏ ଘଟଣାର ତଦନ୍ତ କରୁଛି । କୋଠାରେ ଆଜି ସକାଳୁ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଲାଗିଯାଇଥିବା ଦେଖି କିଛି ଲୋକଙ୍କୁ ବାହାରକୁ ଅଣାଯାଇଥିଲା । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତ, ନିଆଁ ଲିଭାଇବାକୁ ୭୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ୩୦ମିନିଟ୍ ମଧ୍ୟରେ ନିଆଁକୁ ଲିଭାଯାଇଥିଲା ।

Leave A Reply

Your email address will not be published.