Latest Odisha News

BREAKING NEWS

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ । ସଂକ୍ରମଣ ସହ ଦୈନିକ ମୃତ୍ୟୁସଂଖ୍ୟା ବି ତିନି ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨୮ଶହ ୧୨ ଆକ୍ରାନ୍ତ ।

ଦେଶରେ କରୋନା ଆକ୍ରାନ୍ତାଙ୍କ ମୋଟ୍ ସଂଖ୍ୟା ୧କୋଟି ୭୩ଲକ୍ଷ ୧୩ହଜାର ୧୬୩କୁ ବୃଦ୍ଧି ପାଇଛି । ସେହିପରି ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୧ଲକ୍ଷ ୯୫ହଜାର ୧୨୩ । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୧କୋଟି ୪୩ଲକ୍ଷ ୪ହଜାର ୩୮୨ ଆକ୍ରାନ୍ତ । ଏବେ ଦେଶରେ ୨୮ଲକ୍ଷ ୧୩ହଜାର ୬୫୮ଟି ଆକ୍ଟିଭ୍ କେସ୍ ରହିଛି ।

୧୦ଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନରୁ ଦୈନିକ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୬୬ହଜାର ୧୯୧, ଉତ୍ତରପ୍ରଦେଶରୁ ୩୫ହଜାର ୩୧୧, କର୍ଣ୍ଣାଟକରୁ ୩୪ହଜାର ୮୦୪, କେରଳରୁ ୨୮ହଜାର ୪୬୯ ଓ ଦିଲ୍ଲୀରୁ ବାହାରିଛନ୍ତି ୨୨ହଜାର ୯୩୩ ସଂକ୍ରମିତ । ଏସବୁ ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ।

Leave A Reply

Your email address will not be published.