ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଏବର୍ଷ ଆଉ ୭୯୬ ଖଣ୍ଡ କାଠ ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଛି ୭୯ ଖଣ୍ଡ କାଠ । ବଳକା ୭୧୭ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସିବ । ତିନି ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧି ଅନୁସାରେ, ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ ।
BREAKING NEWS
- IFFIରେ ମନୋନୀତ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ଫିଚର ଫିଲ୍ମ ‘ବାଘୁଣୀ’
- ଅଁଳା ନବମୀ; ରାଧା ପାଦ ଦର୍ଶନ କଲେ ଶହଶହ ଭକ୍ତ
- ବାତ୍ୟା ଅକଓ୍ବାନ: ଚିଲିକାରେ ୨୧ ଯାଏଁ ଡଙ୍ଗା ଚଳାଚଳ ବନ୍ଦ କଲା ସିଡିଏ
- ୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ: ଉତ୍ତୀର୍ଣ୍ଣ କରିବାକୁ ହେଲେ ରଖିବାକୁ ହେବ ୩୦ ନମ୍ବର
- ପିଲାଙ୍କ ମୋଟାପଣ ହୋଇପାରେ ଡାଇବେଟିସର କାରଣ, ଜାଣନ୍ତୁ କେମିତି ଜାଣିବେ ଆଉ କ’ଣ କରିବେ…
- ଆଇପିଏଲ୨୦୨୭: ଏଥର ଦିନବେଳା ହେବ ଖେଳାଳିଙ୍କ ନିଲାମୀ
- ବାତ୍ୟା ଆଶଙ୍କା: ୬ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା
- ୱେଲିଂଟନ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ଼ ଚାଲେଞ୍ଜ, ୫୮ ବର୍ଷରେ ଭାରତ ଜିତିଛି ମାତ୍ର ୫ ମ୍ୟାଚ
- Pakistani handlers identified:ଡ୍ରୋନ୍ ମାଧ୍ୟମରେ ଚୋରା ଚାଲାଣ…୨୮ପାକିସ୍ତାନୀ ହ୍ୟାଣ୍ଡଲର ଚିହ୍ନଟ;ସ୍ଥାନୀୟ ସହଯୋଗୀଙ୍କ ଜମି ହେବ ଜବତ
- 69th Grammy Award: ଇତିହାସ ରଚିଲା ତାମିଲ୍ ସଂଗୀତ, ‘Varuvaaiy’ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ
Comments are closed.