Latest Odisha News

BREAKING NEWS

ମୋଇନ ଅଲୀଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ମୋଇନ ଅଲୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଶ୍ରୀଲଙ୍କା ଗସ୍ତରେ ଆସିଥିବା ଇଂଲଣ୍ଡ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ ରିପୋର୍ଟ କେବଳ ପଜିଟିଭ ଆସିଛି । ସମସ୍ତ ଖେଳାଳିଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା । ମୋଇନ ଏବେ ୧୦ ଦିନ ଆଇସୋଲେସନରେ ରହିବେ ।

ତାଙ୍କ ସଂସ୍ପର୍ଶରେ ଆସିଥିବା କ୍ରିସ ଓକ୍ସ ମଧ୍ୟ ଏହି ନିୟମ ପାଳନ କରିବେ । ମଙ୍ଗଳବାର ପୁନର୍ବାର ଖେଳାଳିମାନଙ୍କ ଟେଷ୍ଟ କରାଯିବ । ଏହାର ରିପୋର୍ଟ ଆସିବା ପରେ ଖେଳାଳିମାନଙ୍କୁ ଜୈବ ବଳୟରେ ରହିବା ପାଇଁ ଅନୁମତି ଦିଆଯିବ ।

Leave A Reply

Your email address will not be published.