Latest Odisha News

BREAKING NEWS

ରାଜନୈତିକ ଯାତ୍ରାରେ କେଉଁମାନେ ଛାଡିଥିଲେ ଅରବିନ୍ଦ କେଜ୍ରିୱାଲଙ୍କ ହାତ, ଜାଣନ୍ତୁ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍‌) ନେତା ଅରବିନ୍ଦ୍ କେଜ୍ରିୱାଲ୍ ।

ଏନେଇ ଦଳୀୟ ନେତାମାନେ ଧୁମଧାମରେ ବିଜୟ ଉତ୍ସବ ମନାଉଥିବା ବେଳେ ତାଙ୍କର ରାଜନୈତିକ ଜୀବନ ଅନେକ ସଂର୍ଘଷମୟ ଥିଲା । ଆସନ୍ତୁ ଜାଣିବା କେଜ୍ରିୱାଲଙ୍କ ରାନୈତିକ ଯାତ୍ରାରେ କେଉଁମାନେ ଠିକଣା ବେଳେ ତାଙ୍କର ହାତ ଛାଡିଥିଲେ ।

ଆଶୁତୋଷ ଗୁପ୍ତା

ଗତ କିଛି ବର୍ଷତଳେ ଆପର ବରିଷ୍ଠ ନେତା ତଥା ପ୍ରବକ୍ତା ଆଶୁତୋଷ ଅଚାନକ ଦଳର ଇସ୍ତଫା ପ୍ରଦାନ କରିଥିଲେ । ଯାହା ସେସମୟରେ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ ଝଟକା ଦେଇଥିଲା ।

କପିଲ ମିଶ୍ର

ଏକଦା କେଜ୍ରିୱାଲଙ୍କ କାନ୍ଧରେ କାନ୍ଧ ମିଶାଇ ରାଜନୀତି ବୈତରଣୀ ପାର ହେଉଥିବା ଦଳର ପୂର୍ବତନ ବିଧ୍ରା୍ରୟକ ତଥା ନେତା କପିଲ ମିଶ୍ର ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲଗାଇଥିଲେ । ପାଖାପାଖି ୧୦ ହଜାର ଗାଡିରେ ନକଲି ସିଏନଜି କିଟ୍ ଲାଗାଯାଇଥିବା ନେଇ ସେ ଉକ୍ତ ଅଭିଯୋଗରେ ଦର୍ଶାଇ ଦଳର ହାତ ଛାଡିଦେଇଥିଲେ । ଏପରିକି ଆପ ନେତା ସତ୍ୟେନ୍ଦ୍ର ଜେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଲଗାଯାଇଥିବା ଦୁର୍ନୀତିର ପ୍ରମାଣ ଲୋକାୟୁକ୍ତଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଥିବା ନେଇ ସେ ଯୁକ୍ତି ରଖିଥିଲେ ।

ଯୋଗେନ୍ଦ୍ର ଯାଦବ ଓ ପ୍ରଶାନ୍ତ ଭୂଷଣ

୨୦୧୫ ମସିହାରେ ସରକାର ଗଢିବା ପରେ ଏପରି ଲାଗୁଥିଲା ଯେ ଆପ୍ ଖୁବଶୀଘ୍ର ସାରା ଦେଶରେ ମଧ୍ୟ ଶାସନ କରିପାରିବ । କିନ୍ତୁ ଏହାର କିଛିଦିନ ପରେ ଦଳର ଦୁଇ ନେତା ଯୋଗେନ୍ଦ୍ର ଯାଦବ ଓ ପ୍ରଶାନ୍ତ ଭୂଷଣ ଦଳଠୁ ଦୂରେଇ ଯାଇଥିଲେ । କେଜ୍ରିୱାଲଙ୍କ ସହ ମନୋମାଳିନ୍ୟ ତଥା ଅବିରତ ଝଗଡା ଯୋଗୁଁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା ନେଇ ସେସମୟରେ ଖୁବ୍ ଚର୍ଚ୍ଚା ହେଉଥିଲା ।

ଶାଜିଆ ଇଲ୍ମୀ ଏବଂ ମୟଙ୍କ ଗାନ୍ଧୀ

ଲୋକପାଳ ଓ ଅନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିବା ସାମ୍ବାଦିକ ଶାଜିଆ ଇଲ୍ମୀ ଆପ୍ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରି ସଦସ୍ୟ ମଧ୍ୟ ଥିଲେ । କିନ୍ତୁ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଦଳ ହାରିବା ପରେ କେଜିୱାଲଙ୍କୁ ଦୋଷାରୋପ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ ।

ସେହିପରି ଦଳର ଅନ୍ୟତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ମୟଙ୍କ ଗାନ୍ଧୀ ମଧ୍ୟ ପାର୍ଟି ପ୍ରତି କେଜ୍ରିୱାଲଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.