Latest Odisha News

BREAKING NEWS

ହୋମଗାର୍ଡ ଯବାନଙ୍କୁ ବାଇକରେ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ଚଣ୍ଡିଗଡ଼: ହରିୟାଣାର ସୋନିପତ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ତିନି ଜଣ ଦୁର୍ବୃତ୍ତ ହୋମଗାର୍ଡ ଯବାନଙ୍କୁ ବାଇକରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି । ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଜୟଦୀପ ନାମକ ହୋମଗାର୍ଡ ଯବାନ ସେମାବାର ଦିନ ମହାରାଣା ପ୍ରତାପ ଛକ ଟ୍ରାଫିକ ପୋଷ୍ଟରେ ନିୟୋଜିତ ଥିଲେ । ଏକ ବାଇକରେ ଆସୁଥିବା ୩ଜଣଙ୍କୁ ସେ ଯାଂଚ ପାଇଁ ଅଟକାଇଥିଲେ । ସେହି ସମୟରେ ବାଇକରେ ଥିବା ଅନ୍ୟ ଦୁଇ ଜଣ ଜୟଦୀପଙ୍କ ବେକ ଓ ହାତକୁ ଧରି ପାଖାପାଖି ଅଧା କିଲୋମିଟର ପର୍ଯ୍ୟନ୍ତ ଟାଣିନେଇ ରାସ୍ତା ମଝିରେ ଛାଡିଦେଇଥିଲେ । ସେ ଗାଡି ଗୁଡିକ ମଧ୍ୟରୁ ନିଜକୁ ବଂଚାଇ ନେଇଥିଲେ ।

ଏହି ଘଟଣା ଉପରେ ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ପୁଲିସ ଏହା ଉପରେ ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.