Latest Odisha News

ବିଦେଶୀ ମଦ ଚାଲାଣ ବେଳେ ଚଢ଼ଉ, ୩ ଗିରଫ

ବରଗଡ଼: ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା। ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରୁ ୪୩ ପେଟି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

BjdElectrycity

ସୂଚନା ଅନୁସାରେ ବରଗଡ଼ କୃଷକ ବଜାର ଭିତରେ ଏକ ବୋଲେରୋ ବେଆଇନ ଭାବେ ବିଦେଶୀ ମଦ ଚାଲାଣ କରୁଥିବା ପୋଲିସ ସୂଚନା ପାଇଥିଲା। ଖବର ମିଳିବା ପରେ ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ପୋଲିସ କାଳ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଯାଞ୍ଚ କରିଥିଲେ। ତେବେ ଉକ୍ତ ଗାଡ଼ିରୁ ୪୩ କାର୍ଟୁନ ବିଦେଶୀ ମଦ ଠାବ କରିଥିଲା ପୋଲିସ। ଏହା ସହିତ ଉକ୍ତ ବୋଲେରୋ, ଏକ ରେଫ୍ରିଜରେଟର, ଏକ ଟିଭିଏସ ମୋଟର ସାଇକଲ ମଧ୍ୟ ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ।

ବର୍ତ୍ତମାନ ଦେଶରେ ଚାଲିଛି ନିର୍ବାଚନ ମହଲ। ଏହି ନିର୍ବାଚନ ବେଳେ ବେଆଇନ ଟଙ୍କା ଏବଂ ବହୁ ପରିମାଣରେ ମଦ ଚାଲାଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଅଞ୍ଚଳରେ ଚେକିଂ ଏବଂ ବ୍ଲକିଂକୁ ଜୋରଦାର କରାଯାଇଛି। ଏହି ପରିପେକ୍ଷୀରେ ବରଗଡ଼ ପୋଲିସକୁ ବଡ଼ ସଫଳତା ମିଳିଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସଡିପିଓ।

Leave A Reply

Your email address will not be published.