Latest Odisha News

BREAKING NEWS

ତୃତୀୟ ଥର ପାଇଁ ମହାକାଶକୁ ଉଡାଣ ଭରିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ  

ନୂଆଦିଲ୍ଲୀ: ପୁଣି ଥରେ ମହାକାଶକୁ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ  । ଆସନ୍ତାକାଲି କେନେଡ଼ି ସ୍ପେଶ୍ ସେଣ୍ଟରରୁ ମହାକାଶକୁ ତୃତୀୟ ଥର ପାଇଁ ଉଡାଣ ଭରିବେ ନାସା ମହାକାଶଚାରୀ କ୍ୟାପ୍ଟେନ ସୁନୀତା ୱିଲିୟମ୍ସ । ବଚ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିବେ । ବୋଇଂର ଷ୍ଟାର୍ଲାଇନର ମହାକାଶଯାନରେ ସୁନୀତା ଓ ବଚ ୱିଲମୋର ମହାକାଶ କେନ୍ଦ୍ରକୁ ଯିବେ ଯେଉଁଠି ସେମାନେ ଗୋଟିଏ ସପ୍ତାହ ରହିବେ । ଏହି ଦୁଇ ଅଭିଜ୍ଞ ନାସା ମହାକାଶଚାରୀ ଆସନ୍ତାକାଲି ତଥା ମେ ୭ରେ କେନେଡ଼ି ସ୍ପେଶ୍ ସେଣ୍ଟରରୁ ମହାକାଶକୁ ଉଡାଣ ଭରିବେ।

BjdElectrycity

ନାସା ଅନୁଯାୟୀ, ୟୁନାଇଟେଡ ଲଞ୍ଚ ଆଲାଇନ୍ସ ଆଟଲାସ ଭି ରକେଟ ଏବଂ ବୋଇଙ୍ଗ ଷ୍ଟାର୍ଲାଇନର ମହାକାଶଯାନ କେନେଡି ସ୍ପେସ ସେଣ୍ଟରରୁ ମେ ୭ ଭାରତୀୟ ସମୟ ସକାଳ ୮ଟା ୪ ମିନିଟରେ ମହାକାଶଯାନ ଉତକ୍ଷେପଣ କରାଯିବ। ଏହି ମିଶନରେ ସୁନୀତା ୱିଲିୟମ୍ସ କହିଛନ୍ତି, ସେ ଟିକେ ନର୍ଭସ ଅଛନ୍ତି । କିନ୍ତୁ ନୂତନ ମହାକାଶଯାନରେ ଉଡ଼ିବାକୁ ବହୁତ ଉତ୍ସାହିତ ଅଛନ୍ତି । ଲଞ୍ଚ ପ୍ୟାଡରେ ଟ୍ରେନିଂ ସମୟରେ ୱିଲିୟମ୍ସ କହିଛନ୍ତି ଯେତେବେଳେ ମୁଁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବି, ସେତେବେଳେ ମୋତେ ଘରକୁ ଫେରିବା ଭଳି ଲାଗିବ । ସୁନୀତା ୨୦୦୬ ଡିସେମ୍ବର ୯ ତାରିଖରେ  ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ । ଦ୍ବିତୀୟବାର ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍‌ସ୍ତାନର ବୈକାନୁର କସ୍‌ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ମହାକାଶ ଯାତ୍ରା କରିଥିଲେ।

Leave A Reply

Your email address will not be published.