Latest Odisha News

BREAKING NEWS

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ କନଷ୍ଟେବଳ ଓ ହୋମଗାର୍ଡ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଗାଡ଼ିକୁ ବି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକ । କରୋନା କାଳରେ ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ ହେଉଥିଲା । ଏକାଠି ହୋଇଥିଲେ ଶତାଧିକ ଲୋକ । କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ହେଉଥିବାରୁ ପର୍ବ ପାଳନ ପାଇଁ ବାରଣ କରିଥିଲା ପୋଲିସ । ଏଥିରେ ଉତ୍ୟକ୍ତ ଲୋକ ପୋଲିସ ଉପରେ ଆକ୍ରମଣ କରିଥିଲେ । ଘଟଣାର ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.