ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ହୋଇଥିବା ତବ୍ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଆସିଥିବା ୨୮ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ କୋଭିଡ୍୧୯ ନମୁନା କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ତିନି କରୋନା ପଜିଟିଭ୍ କଟକ, ପୁରୀ ଏବଂ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଅନ୍ୟ ୨୫ ଜଣଙ୍କ କୋଭିଡ୍୧୯ ନମୂନା ପରୀକ୍ଷଣ ନେଗେଟିଭ୍ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଓଡିଶାରେ କରୋନା ପଜିଟିଭ୍ଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟି ଏହା ୨୦ ରେ ପହଁଚିଛି । କେବଳ ଶୁକ୍ରବାର ଦିନ ରାଜ୍ୟରେ ୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.