Latest Odisha News

BREAKING NEWS

ହାର୍ଟକୁ ସୁସ୍ଥ ରଖେ ନାଲି ଲଙ୍କା, ଜାଣନ୍ତୁ କିପରି …

ଭୁବନେଶ୍ଵର: ଅଧିକାଂଶ ଘରେ ଖାଦ୍ୟ ଏବଂ ମସଲାରେ ନାଲି ଲଙ୍କା ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ଵାଦ ବଢାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେମ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ନାଲି ଲଙ୍କା ବେଶ୍ ଉପଯୋଗୀ । ନାଲି ଲାଙ୍କାରେ ରହିଛି ଚମତ୍କାରୀ ଗୁଣ । ଏହା ହୃଦୟକୁ ସୁସ୍ଥ ରଖେ, ବିଶେଷ କଥା ହେଉଛି ଏହାର ନିୟମିତ ବ୍ୟବହାର ହଜମ ପ୍ରକ୍ରିୟାକୁ ମଧ୍ୟ ସୁଗମ କରିଥାଏ । ଯଦି ଆପଣ ଓଡନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନାଲି ଲଙ୍କା ଆପଣଙ୍କ ପାଇଁ ବେଷ୍ଟ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।

ନାଲି ଲଙ୍କା ହେଉଛି ବାସ୍ତବରେ ସବୁଜ ଲଙ୍କାର ଶୁଖିଲା ରୂପ । ଲଙ୍କା ଶୁଖି ନାଲି ପଡିବା ପରେ ଏଥିରେ ଥିବା ପୂଷ୍ଟିକର ପରିବର୍ତ୍ତନ ହୋଇଥାଏ । ନାଲି ଲଙ୍କା ଭାରତୀୟ ରୋଷେଇରେ ଏକ ଅତ୍ୟାବଶ୍ୟକ ଉପାଦାନ ଏବଂ ଖାଦ୍ୟରେ ସ୍ଵାଦ, ରସ ଏବଂ ସ୍ଵଗନ୍ଧ ମିଶାଇବା ପାଇଁ ଏହା ସମଗ୍ର ଭାରତରେ ବହୁଳ ପରିମାଣରେ ଚାଷ କରାଯାଏ ଏବଂ ବ୍ୟବହୃତ ହୁଏ । କୁହାଯାଏ ଯେ, ନାଲି ଲଙ୍କା ଶରୀରର ପାଇଁ କ୍ଷତିକାରକ । କିନ୍ତୁ ଖାଦ୍ୟ ବିଶେଷଜ୍ଞ, ଆୟୁର୍ବେଦଚାର୍ଯ୍ୟ ଏବଂ ଡାଏଟିସିଆନ୍ ମାନେ ନାଲି ଲଙ୍କାକୁ ମଧ୍ୟମ ପରିମାଣରେ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ନାଲି ଲଙ୍କା ହେଉଛି ଭାରତର ଏକ ପ୍ରମୁଖ ଫସଲ । କ୍ୟାଲସିୟମ, ମ୍ୟାଗ୍ନେସିୟମ, ଅକ୍ସାଲିକ୍ ଏସିଡ୍, ଫସଫରସ୍, ଆଇରନ୍, ସୋଡିୟମ୍, ତମ୍ବା ଏବଂ ସଲଫର୍ ବ୍ୟତୀତ ଭିଟାମିନ୍ ଏ ଏବଂ ସି ଏଥିରେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଆୟୁର୍ବେଦ ମଧ୍ୟ ନାଲି ଲଙ୍କାକୁ ସ୍ଵତନ୍ତ୍ର ବିବେଚନା କରେ । ଭାରତୀୟ ଔଷଧ ଫଳ ଏବଂ ପନିପରିବା ଉପରେ ବ୍ୟାପକ ଗବେଷଣା କରିଥିବା ଜଣାଶୁଣା ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ନାଲି ଲଙ୍କା ନିଜର ସ୍ଵତନ୍ତ୍ର ରାଗ ଯୋଗୁଁ ପାଟିରେ ଲାଳର ନିର୍ଗତରେ ସାହାର୍ଯ୍ୟ କରେ ଏବଂ ଖାଦ୍ୟ ହଜମ କରିାବରେ ସାହାର୍ଯ୍ୟ କରେ ।

ନାଲି ଲଙ୍କା ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହାର କାରଣ ହେଉଛି ଏଥିରେ ଥିବା କ୍ୟାପସାଇସିନ ରକ୍ତରେ ଜମାଟ ବାନ୍ଧିବାରେ ରୋକିଥାଏ । ଆଣ୍ଟି-କୋଲେଷ୍ଟ୍ରଲ୍ ଏବଂ ସାଧାରଣ ରକ୍ତଚାପ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଯେଉଁମାନଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥାଏ ସେମାନଙ୍କ ପାଇଁ ନାଲି ଲଙ୍କା ମଧ୍ୟ ଉପକାରୀ ବୋଲି କୁହାଯାଏ । ନାଲି ଲଙ୍କା ମଧ୍ୟ ଟ୍ରାଇଗ୍ଲାଇସରାଇଡକୁ ରୋକିଥାଏ । ଏହି ଉପାଦାନ ହୃଦୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ ।

Leave A Reply

Your email address will not be published.