Latest Odisha News

ଶିମିଳିପାଳର ୩ ବନ କର୍ମଚାରୀଙ୍କୁ ମିଳିବ ସାହାସିକତା ପୁରସ୍କାର

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୩ ଜଣ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମିଳିବ ମରଣୋତ୍ତର ସମ୍ମାନ । ଅନ୍ୟ ଜଣଙ୍କ ମିଳିବ ବୀରତ୍ୱ ସମ୍ମାନ । ପରିବେଶ ମନ୍ତ୍ରାଳୟ ଏବଂ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଛି ।

ଜୁଲାଇ ୨୯ ତାରିଖରେ ଜିମ କାରବେଟ ନାଶନାଲ ପାର୍କରେ ପାଳିତ ହେବ ବିଶ୍ୱ ବ୍ୟାଘ୍ର ଦିବସ । ଏହି ବନକର୍ମଚାରୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ରଖିବା ପାଇଁ ଏହି ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସମ୍ମାନ୍ନିତ କରାଯିବ । ଏହା ଅନ୍ୟ କାର୍ଯ୍ୟରତ ବନ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟରେ ଶିକାରି ଗୁଳିମାଡ଼ରେ ପ୍ରାଣ ହରାଇଥିବା ୨ ବନ କର୍ମଚାରୀ ମାଥି ହାଁସଦା ଓ ବିମଳ କୁମାର ଜେନା ଏହି ମରଣୋତ୍ତର ସମ୍ମାନ ପାଇବେ । ଶିକାରୀଙ୍କ ଆକ୍ରମଣରେ ଅନ୍ୟ ଜଣେ ବନ କର୍ମଚାରୀ ହିମାଂଶୁ ଶେଖର ସେଠୀ  ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ମଧ୍ୟ ସାହସିକତା ପୁରସ୍କାର ମିଳିବ ।

ଏଠି କହିରଖିବୁ, ମାଥି ହାଁସଦା ଗତ ମାସ ୧୬ ତାରିଖ ଦିନ ସହକର୍ମୀ ହିମାଂଶୁ ଶେଖର ସେଠୀଙ୍କ ସହ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ୬ଜଣ ସଶସ୍ତ୍ର ଶିକାରୀଙ୍କ ସମ୍ମୁଖୀନ ହୋଇଥିଲେ ।

 

Leave A Reply

Your email address will not be published.