Latest Odisha News

BREAKING NEWS

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଲା ସାପ: ଅକାଳରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ, ଜଣେ ଗୁରୁତର । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଥିଲା ବିଶାକ୍ତ ସାପ । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି । ତେବେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି ।

ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ଗତକାଲି ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିଲେ । ସମସ୍ତେ ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଆଜି ସକାଳେ ଏନେଇ ଜଣାପଡିବା ବେଳକୁ ୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ୧୨ବର୍ଷିୟ ରାଜା ନାଏକ, ୭ ବର୍ଷିୟ ଏଲିନା ନାଏକ ଓ ୧୦ବର୍ଷିୟ ସ୍ନେହାଶ୍ରୀ ନାଏକ ।  ସେହିପରି ୧୨ବର୍ଷିୟ ଆକାଶ ନାଏକ ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ମୁତାବକ ଖଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି ଏକ କୋଚିଂ ସେଣ୍ଟର କରିଥିଲେ | ଏହି କୋଚିଂ ସେଣ୍ଟରର ନାମ ଥିବାରୁ ଆଖପାଖ ଅଂଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ |

 

Leave A Reply

Your email address will not be published.