ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲିମେଳା ଜଳଭଣ୍ଡାରର ଚାପ କମାଇବାକୁ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍ ସହ ୩ଟି ଫାଟକକୁ ଖୋଲାଯାଇଛି। ଏହାକୁ ନେଇ ତଳିଆ ଅଞ୍ଚଳରେ ସତର୍କତା ଜାରି କରାଯାଇଛି ।
ଜଳଭଣ୍ଡାର ଫାଟକ ଖୋଲିବା ନେଇ ପୂର୍ବରୁ ଆଜି ଅପରାହ୍ଣ ଦୁଇଟା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଳିଆ ଅଂଚଳ ରେ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା। ୪ଟା ୫୦ ମିନିଟ୍ରେ ଗେଟ ଖୋଲା ଯାଇଥିଲା।
ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୧୬ଫୁଟ ରହିଛି। ବର୍ତମାନ ଜଳସ୍ତର ରହିଛି ୧୫୧୦.୮୦ ଫୁଟ ରହିଛି । ଆଗକୁ ଅଧିକ ବର୍ଷା ଆଶଙ୍କା ରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବା ପାଇଁ ରବିବାର ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଗୋଟିଏ ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଫାଟକ ଖୋଲାଯାଇଛି। ତିନିଟି ଫାଟକରୁ ପ୍ରତି ସେକେଣ୍ଡ ରେ ୬ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି।
ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବ କୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ କୁମାର ପାତ୍ର କହିଛନ୍ତି ।
