Latest Odisha News

BREAKING NEWS

ପାଟ୍ରୋଲିଂ ବେଳେ ଧରାପଡିଲେ ୩ ଆନ୍ତଃରାଜ୍ୟ ଡକାୟତ

ରାଇରଙ୍ଗପୁର:ଆକ୍ସନ ମୋଡରେ ରାଇରଙ୍ଗପୁର ପୋଲିସ ଜିଲ୍ଲା। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଲେ ବହଳଦା ପୋଲିସ। ତେବେ କେନ୍ଦୁଝର ଏସପିଙ୍କ ଠାରୁ ଖବର ପାଇ ବହଳଦା ପୋଲିସ ଗାଡି ପାଟ୍ରୋଲିଂ କରୁଥିବା ସମୟରେ ଏକ ଗାଡିରୁ ୩ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ କାବୁ କରାଯାଇଛି। ଅନ୍ୟପଟେ ଆଉ ତିନି ଜଣ ଦୁର୍ଦ୍ଦାନ୍ତ ଡକାୟତ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି।

ଗିରଫ ତିନି ଡକାୟତି ହେଲେ ଝାରଖଣ୍ଡର ମଝିଗାଁ ଥାନା ଅଞ୍ଚଳର ମହମ୍ମଦ ନାଫିସ, ସେକ ମାଇକେଲ ଓ ସେକ ଅର୍ସଦ। ବହଳଦା ଥାନା ଅଞ୍ଚଳରୁ ତିନ ଗିରଫ ଡକାୟତଙ୍କୁ କେନ୍ଦୁଝର ପୁଲିସ ନେଇଯାଇଥିବା ସୂଚନା।

ସୂଚନାଥାଉକି, କେନ୍ଦୁଝରରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଡକାୟତି କରିଥିବା ଅଭିଯୋଗରେ ବହୁ ଦିନରୁ ତଦନ୍ତ ଜାରି ରଖିଥିଲା ପୋଲିସ। ୬ ଜଣ ଦୁର୍ଦ୍ଦାନ୍ତ ଡକାୟତି ଏକାଧିକ ମାମଲାରେ ଜଡ଼ିତ ଥିଲେ।

Leave A Reply

Your email address will not be published.