Latest Odisha News

BREAKING NEWS

ବୋମା ଫୁଟି ୩ ଜଣ ନାବାଳିକା ଗୁରୁତର ,ହସ୍ପିଟାଲରେ ଭର୍ତି

ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ

ଭଦ୍ରକ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ । ବୋମା ଫୁଟି ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ଗୁରୁତର ନାବାଳିକା ମାନେ ହେଲେ ଦେବତା ଗଢିଆ ଅଞ୍ଚଳର ସବିତା ମୁର୍ମୁ (୯), ପୂଜା ହାଂସଦା(୧୦) ଓ ବାସନ୍ତି ହାଂସଦା (୮) ।

ପିଲାମାନେ ଖେଳୁଥିଲେ । ଏହି ସମୟରେ ତ୍ରୀକୋଣା ଛକଠାରେ ଥିବା ପୋଖରୀରେ କିଛି ଭାସୁଥିବାର ପିଲାମାନେ ଦେଖିଥିଲେ । ଏହି ପଲିଥିନକୁ ଆଣି ପିଲାମାନେ ଖୋଲିଥିଲେ ।ସେଥିରୁ ବମ ପରି ଏକ ଜୀନିଷ ଖସି ଫୁଟି ଥିଲା  ।ଫଳରେ ଘଟଣା ସ୍ଥଳରେ ୩ ଜଣ ଗୁରୁତର ହୋଇପଡିଥିଲେ ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବନ୍ତ ମେଡିକାଲ ନେଇଯାଇଥିଲେ ଓ ପରେ ଭଦ୍ରକ ଡାକ୍ତରଖାନା ପଠାଇଥିଲେ । ପିଲିମାନଙ୍କ ଚିକିତ୍ସା ଚାଲିଛି । ତେବେ ପୋଖରୀରେ ବମ୍ କେଉଁଠୁ ଆସିଲା ସେନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.