Latest Odisha News

BREAKING NEWS

ସପ୍ତମ ବେତନ କମିଶନର ୨୦% ବକେୟା ଦେୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ

 ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମିଳିବ ବକେୟା ଦେୟ । ସପ୍ତମ ବେତନ କମଶନ ବାବଦରେ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୁର୍ଣ୍ଣ ବକେୟା ରାଶି ପାଇପାରିବେ । ପୂୂର୍ବରୁ ୮୦ ପ୍ରତିଶତ ବକେୟା ରାଶି ପ୍ରଦାନ କରାଯାଇଛି ।

ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ୨୦୨୧-୨୦୨୨ ବଜେଟରେ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ବକେୟା ଦରମା ମାର୍ଚ୍ଚ ମାସ ଦରମାରେ ପାଇବେ । ରାଜ୍ୟ ସରକାରଙ୍କ ସପ୍ତମ ବେତନ କମିଶନ ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସରୁ ଲାଗୁ କରାଯାଇଥିଲା ।

୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରାଯାଇଥିଲା । କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା। ପେନ୍‌ସନ୍‌ଭୋଗୀମାନେ ମଧ୍ୟ ସେମାନଙ୍କ ଦରମାର ୧୦୦ ପ୍ରତିଶତ ପାଇ ସାରିଛନ୍ତି।

Leave A Reply

Your email address will not be published.