Latest Odisha News

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଟିହ୍ନଟ ହୋଇଥିବା ନୂଆ କରୋନା ପଜିଟିଭମାନେ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଂଚଳର । ଦୁଇ ଜଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସମ୍ପର୍କୀୟ । ଅନ୍ୟ ଜଣେ କିପରି ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ଏମାନଙ୍କ ମଧ୍ୟରୁ ୨୩ ବର୍ଷ ଓ ୬୦ ବର୍ଷର ଦୁଇ ଜଣ ପୁରୁଷ ଥିବା ବେଳେ ୫୭ ବର୍ଷର ଜଣେ ମହିଳା ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ପ୍ରଶାସନ ପକ୍ଷରୁ ସେମାନଙ୍କ ସମ୍ପର୍କୀୟ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.